ବଅଁରପାଳ: ଭୟଙ୍କର କରୋନା ମହାମାରୀ ସମଗ୍ର ବଶ୍ୱକୁ କବଳିତ କରିଥିବା ବେଳେ ୫ମ ଥର ପାଇଁ ଲକ୍ ଡାଉନ୍ ଘୋଷଣା ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ସମଗ୍ର ରାଜ୍ୟବାସୀଙ୍କୁ କରୋନା ସଚେତନତା ବାର୍ତା ଦେଇଛନ୍ତି ।
ଏହି ଅବସରରେ ଅନୁଗୁଳ ଏସ.ପିଙ୍କ ନିଦେ୍ର୍ଦଶକ୍ରମେ ବଅଁରପାଳ ପୁଲିସ ଆଇ ଆଇ ସି ସୁନିଳ କୁମାର କରଙ୍କ ନେତୃତ୍ୱରେ ଥାନା ଏସ.ଆଇ ତ୍ରିଲୋଚନ ଖଟୁଆ, ପ୍ରଭାକର ମଲ୍ଲିକ, ଏ .ଏସ.ଆଇ ଅଶୋକ ତ୍ରିପାଠୀ, ମାମିନା ମିଶ୍ର, ଉଦୟନାଥ ବେହେରା, ସାରଦା ପ୍ରସାଦ ସାମନ୍ତ, ହାବିଲଦାର ଯୁଗଳ ସାହୁଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ଥାନା ଠାରୁ ସନ୍ତ୍ରୀଛକ ପର୍ଯ୍ୟନ୍ତ ପଥପ୍ରାନ୍ତ କରି, ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, କାମ ନଥାଇ ଘରୁ ବାହାରକୁ ନଯିବା ଆଦି ସ୍ଲୋଗାନ ଦେଇଥିଲେ ।
ସନ୍ତ୍ରୀଛକ ଠାରେ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧାଇ ସମସ୍ତ ପୁଲିସ ବନ୍ଧୁ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ସମାଜକୁ କରୋନା ମୁକ୍ତ କରିବା ପାଇଁ ସଚେତନତା କରିବା ପାଇଁ ସୁନିଲ କୁମାର କର ଆହ୍ୱାନ ଦେଇଥିଲେ ।