Odisha news

ସିଗାରେଟ ଧୂଆଁ ଶରୀରକୁ ଯିବା ଦ୍ୱାରା ଗଳା ଓ ଫୁସଫୁସ ରେ ହେବାକୁ ଲାଗିଥାଏ ଏହିସବୁ ପରିବର୍ତନ , ଯାହା ଆଣିଥାଏ ଜୀବନ ପ୍ରତି ବିପଦ

0

ସିଗାରେଟ ସେବନ ସ୍ୱାସ୍ଥ୍ୟ ପକ୍ଷରେ କେତେ ହାନିକାରକ, ଏହା ପ୍ରତ୍ୟେକ ସିଗାରେଟ ଟାଣୁଥିବା ବ୍ୟକ୍ତି ଭଲଭାବରେ ଜାଣିଥିବେ l କିନ୍ତୁ ତଥାପି ଏହାର ଅଭ୍ୟାସ ଛାଡିବା କସହଜ ହୋଇ ନଥାଏ l  କିଛି ଲୋକେ କହି ଥାଆନ୍ତି ସିଗାରେଟ ସେବନ ଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତି ମିଳିଥାଏ l କିନ୍ତୁ ସେମାନେ ଏହା ମଧ୍ୟ ଜାଣି ନଥାଆନ୍ତି ଯେ ଏହି ସିଗାରେଟ ଆଗକୁ ଯାଇ ଜୀବନ ପ୍ରତି କି ବିପଦ ଆଣିଥାଏ ଓ କିଭଳି ଜୀବନ କୁ ଅଶାନ୍ତ କରିଥାଏ l ଧୁମ୍ରପାନ କରିବା ଦ୍ୱାରା ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ l  ଏହି ସିଗାରେଟ ଗୋଟିଏ ବ୍ୟକ୍ତିର ଫୁସଫୁସ, ହାର୍ଟ ଓ ମାଢି ରେ କ୍ୟାନ୍ସର ସୃଷ୍ଟି କରିପାରେ , ଷ୍ଟ୍ରୋକ ସମସ୍ୟା ସହିତ ଚକ୍ଷୁ ସମସ୍ୟା ସୃଷ୍ଟି କରିଥାଏ l ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ (CDC ) ର ସୂଚନା ଅନୁସାରେ ସିଗାରେଟ ଧୁଆଁ ପ୍ରାୟ ସମସ୍ତ ଅଙ୍ଗକୁ କ୍ଷତିଗ୍ରସ୍ତ କରାଇଥାଏ l ସିଗାରେଟ ସେବନ ଦ୍ୱାରା ରେସ୍ପି ରେଟରୀ ସିଷ୍ଟମ, ସାର୍ଙ୍କୁଲେଟରି ସିଷ୍ଟମ, ରିପ୍ରଡକ୍ଟିଭ ସିଷ୍ଟମ, ସ୍କିନ ଓ ଆଖି ଉପରେ ଖୁବ ଖରାପ ପ୍ରଭାବ ପଡିଥାଏ l  କେବଳ ଏତିକି ନୁହେଁ ଅନେକ ପ୍ରକାର କ୍ୟାନ୍ସର ସମସ୍ୟା ର ମଧ୍ୟ କାରଣ ହୋଇଥାଏ l ଫୁସଫୁସ କ୍ୟାନ୍ସର ର ମୁଖ୍ୟ କାରଣ ସିଗାରେଟ ହୋଇଥାଏ l

– ସିଗାରେଟ ସେବନ ସମୟରେ ଏହାର ଧୂଆଁ ଦ୍ୱାରା ଆପଣଙ୍କ ନାକ ରେ ଇରିଟେସନ ହୋଇ କାଶ ଓ ଶ୍ୱାସ ସମସ୍ୟା ଦେଖା ଦେଇଥାଏ l  ସିଗାରେଟ ଧୂଆଁ ନାକ ବାଟଦେଇ ଶରୀର ମଧ୍ୟ କୁ ଯିବାଦ୍ୱାରା ଏଥିରେ ଥିବା କେମିକାଲଶ ନାକରେ କ୍ୟାନ୍ସର ମଧ୍ୟ କାରଣ ହୋଇଥାଏ l

– ସିଗାରେଟ ସେବନ ଦ୍ୱାରା ଆପଣଙ୍କ ପାଟିରେ ଥିବା ଗୁଡ଼ ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇ ଥାଆନ୍ତି l  ଏହି କାରଣରୁ ସିଗାରେଟ ସେବନ ପରେ ଆପଣଙ୍କ ପାଟି ସୁଖୀ ଯାଇଥାଏ ଓ ପାଟିରୁ ଗନ୍ଧ ଆସିବା ଆରମ୍ଭ କରିଥାଏ l

– ସିଗାରେଟ ଧୂଆଁ ଦ୍ୱାରା ଦାନ୍ତ ମାଢି, ଦାନ୍ତ ଓ ଓଠ ଉପରେ ଖରାପ ପ୍ରଭାବ ପଡିଥାଏ l  ଖୁବ ଶୀଘ୍ର ତ୍ୱଚାରେ କୁଞ୍ଚନ ଆସି ଯାଇଥାଏ ଓ ବର୍ଦ୍ଧିତ ବୟସ ରେ ଏହା ଖୁବ ଅଧିକ ପ୍ରଭାବ ପକାଇଥାଏ l  ଧୁମ୍ରପାନ ବୟସ ପୂର୍ବରୁ ତ୍ୱଚା କୁ ନଷ୍ଟ କରିଦେଇ ଥାଏ l

ସିଗାରେଟ ଟାଣିବାର ୨୦ ମିନିଟ ପରେ  କି ପ୍ରଭାବ ପଡିବ –

* ନିକୋଟୀନ ଆପଣଙ୍କ ବ୍ଲଡ଼ ଷ୍ଟ୍ରିମ ରେ ପ୍ରବେଶ କରିଥାଏ , ଯେଉଁ କାରଣରୁ ଆପଣଙ୍କ ରକ୍ତଚାପ ବୃଦ୍ଧି ପାଇଥାଏ l

* ଏହାଛଡା ଆପଣଙ୍କ ଆଘ୍ରାଣ ଶକ୍ତି ଅର୍ଥାତ ଶୁଙ୍ଘିବା ଶକ୍ତି ହ୍ରାସ ହୋଇଥାଏ l

* ଧୂମ୍ର ପାନ ର ୮ରୁ ୪୮ ଘଣ୍ଟା ମଧ୍ୟରେ ନିକୋଟୀନ ଓ କାର୍ବନ ମନୋଆକ୍ସାଇଡ ଆପଣଙ୍କ ସିଷ୍ଟମ କକୁ ପ୍ରଭାବିତ କରିଥାଏ l

* ଫୁସଫୁସ ର ସୁରକ୍ଷା କରୁଥିବା ମ୍ୟୁକସ ବାହାରିବା ଆରମ୍ଭ କରି ଦେଇଥାଏ ଧୁମ୍ରପାନ କରିବା ପରେ , ଯାହାକି ଫୁସଫୁସ ପାଇଁ କ୍ଷତିକାରକ ହୋଇଥାଏ l

* ସିଗାରେଟ ରେ ଥିବା ନିକୋଟିନ କେବଳ ନିଶାର ଅଭ୍ୟାସ କରାଇଥାଏ l  ଗୋଟିଏ ଦିନ ଯଦି ସିଗାରେଟ ଟାଣୁଛନ୍ତି ତେବେ ଆପଣଙ୍କ ଶରୀରରୁ ନିକୋଟିଂ ବାହାରିବା ପାଇଁ ୨ଦିନ ସମୟ ଲାଗିଥାଏ l

* ଧୁମ୍ରପାନ ର ଡିଷ୍ପ୍ରଭାଵ କାରଣ ରୁ ମଣିଷ ଶୁଣିବା ଶକ୍ତି ହରାଇଥାଏ l ଧୂମ୍ର ପାନ ମଣିଷ ଶରୀରର ଅକ୍ସିଜେନ କୁ ନଷ୍ଟ କରିଥାଏ l ଧୁମ୍ରପାନ ରକ୍ତ ସଂଚାଳନ କୁ ପ୍ରଭାବିତ କରିଥାଏ l

ଯଦି ଆପଣ ଧୁମ୍ରପାନ କରୁ ନାହାନ୍ତି ତେବେ କଦାପି କରିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ l

Nalco
Leave A Reply