କୋଣାର୍କ: ଗତ ରବିବାର ରାତି ପ୍ରାୟ ୯ ଘଟିକା ସମୟରେ କୋଣାର୍କ ରୁ ଭୁବନେଶ୍ୱର ଯାତ୍ରୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ୭୧ ନମ୍ବର ରୁଟ ର ମୋ ବସ ଗାଡି ନମ୍ବର ଓଡ଼ି ୦୨ ବି ଜେ ୯୪୧୪ ର କର୍ମଚାରୀ ଙ୍କୁ ପ୍ରଥମେ ନିଶାଶକ୍ତ ଅବସ୍ଥାରେ ଜଣେ ଘରୋଇ ବସ ର କର୍ମଚାରୀ ଦୁଃବ୍ୟବହାର ଏବଂ ପରେ ମାଡ଼ ମାରିବା ସହ ତାଙ୍କ ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିଥିଲେ। ଏହାପରେ ଉକ୍ତ ସ୍ଥାନରେ ସ୍ଥାନୀୟ କିଛି ଲୋକେ ଏକତ୍ରିତ ହେବାରୁ ଜୈନିକ ବ୍ୟକ୍ତି ଜଣଙ୍କ ମୋ ବସ ର କର୍ମଚାରୀ ଙ୍କୁ ଗାଳିଗୁଲଜ କରି ସେଠାରୁ ଅନ୍ୟତ୍ର ଖସି ପଳାଇ ଯାଇଥିଲେ।ଏସମ୍ପର୍କରେ ସ୍ଥାନୀୟ କିଛି ଯୁବକ ଜାଣିବା ପରେ ମୋ ବସ ର କର୍ମଚାରୀ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସି ଥାନା ରେ ଏତଲା ଦେବାକୁ ଉପଦେଶ ଦେବା ପରେ ମୋ ବସ ର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ତଥା ଆକ୍ରମଣ ର ଶିକାର ହୋଇଥିବା ମୋ ବସ କଣ୍ଡକ୍ଟର ରମ୍ୟରଞ୍ଜନ ସାମାନ୍ତରାୟ ଏବଂ ଡ୍ରାଇଭର ମିଶି ଥାନା ର ଦ୍ୱାରସ୍ଥ ହୋଇଥିଲେ।ପରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ନିଜେ ଘଟଣା ସ୍ଥଳକୁ ଯାଇ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ଜୈନିକ ବ୍ୟକ୍ତି କୁ ନପାଇ ଫେରିବା ପରେ ବିଳମ୍ବିତ ରାତିରେ ପୁନଃ ଖୋଜା ଖୋଜି କରି ଉକ୍ତ ବ୍ୟକ୍ତି କୁ ନିଶାଶକ୍ତ ଅବସ୍ଥାରେ ଗିରଫ କରି ଥାନା ରେ ଅଟକ ରଖିଥିଲେ।
ଏ ସମ୍ପର୍କରେ କୋଣାର୍କ ଅଞ୍ଚଳରେ ଖବର ପ୍ରଘଟ ହେବା ପରେ କୋଣାର୍କ ର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ତତ୍କ୍ଷଣତ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଯୋଗାଯୋଗ କରିବା ପରେ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ପୁନଃ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପରେ ସୋମବାର ସକାଳ ୯ ଘଟିକା ସମୟରେ କୋଣାର୍କ ଅଞ୍ଚଳର କିଛି ଯୁବ ପିଢ଼ି ଏବଂ ନିର୍ବାଚିତ ଜନ ପ୍ରତିନିଧି ଏକତ୍ରିତ ହୋଇ କୋଣାର୍କ ଥାନା ରେ ଏକ ସାମୂହିକ ଦାବିପତ୍ର ପ୍ରଦାନ କରିବା ସହ ଅଭିଯୁକ୍ତ କୁ ଶାସ୍ତି ଏବଂ ଅନ୍ୟ ଜଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ରଖିଥିଲେ।ଫଳରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ମୋ ବସ କଣ୍ଡକ୍ଟର ଶ୍ରୀ ସାମନ୍ତରାୟ ଙ୍କ ଅଭିଯୋଗ ମୁତାବକ କେଶ ନମ୍ବର ୭୦/୨୩ ରେ ଅଭିଯୁକ୍ତ ଘରୋଇ ବସ ‘ଶାରଳା’ ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜୈନିକ ବ୍ୟକ୍ତି ଟୁକୁନା ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ପୂର୍ବେ ପ୍ରଥମେ ୭୧ ନମ୍ବର ରୁଟ ରେ ମୋ ବସ ରାଜ୍ୟ ସରକାର ଚଲାଇ ଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଏହାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ସଫଳତା ହାସଲ କରିଥିଲେ ମଧ୍ୟ କୋଣାର୍କ ର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ଙ୍କ ତତ୍ୱାବଧାନ ରେ ୪୯ ଦିନର ସଙ୍ଘର୍ଷ ପରେ ୫୦ ଦିନ ପୂର୍ତ୍ତି ରେ କୋଣାର୍କ କୁ ମୋ ବସ ସେହି ୭୧ ନମ୍ବର ରୁଟ ରେ ଗଡିଥିଲା। ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକ ଙ୍କ ଗମନାଗମନ ସୁବିଧା ଏହି ମୋ ବସ ଯୋଗୁଁ ହେଉଥିବା ରୁ କିଛି ଅସାଧୁ ବ୍ୟକ୍ତି ପୁନଃ ଏହାକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଥାଇ ପାରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।ତେଣୁ ରାଜ୍ୟ ପରିବହନ ବିଭାଗ ର ମୁଖ୍ୟ ଙ୍କୁ ଆଗାମୀ ଦିନରେ ଏନେଇ ଏକ ସାମୂହିକ ଦାବିପତ୍ର ପ୍ରଦାନ କରାଯିବା ସହ ମୋ ବସ ର ସୁରକ୍ଷା ପାଇଁ ଅଞ୍ଚଳବାସୀ ସବୁବେଳେ ଏକତ୍ରିତ ହେବେ ବୋଲି ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି
