ସ୍ୱଚ୍ଛ ନର୍ମଦା ସମସ୍ତଙ୍କର ଦାଇତ୍ୱ ଏହି ସନ୍ଦେଶ ନେଇ ନାସିକରୁ ଆସିଥିବା ୧୨ ଜଣ ବୟସ୍କ ବ୍ୟକ୍ତିଙ୍କ ଦଳ ସୋମବାର ଦିନ ଓଁକାର ସ୍ଵରରୁ ମା ନର୍ମଦାଙ୍କ ପରିକ୍ରମା କରିବା ପାଇଁ ସ୍ଥିର କରିଛନ୍ତି l ଏହି ଦଳରେ ୬୦ ରୁ ୭୦ ବର୍ଷ ବୟସ୍କ ବ୍ୟକ୍ତି ସାମିଲ ହୋଇଛନ୍ତି l ନର୍ମଦା ନଦୀକୁ ମଧ୍ୟପ୍ରଦେଶର ଜୀବନ ରେଖା କୁହାଯାଏ l
ଯାତ୍ରାରେ ବାହାରିଥିବା ବୟସ୍କ ବ୍ୟକ୍ତି ମାନେ କହିଛନ୍ତି ଯେ ଦେଶର ଅନ୍ୟ ପ୍ରମୁଖ ନଦୀ ମାନଙ୍କ ତୁଳନାରେ ବର୍ତମାନର ନର୍ମଦା ନଦୀରେ ସ୍ୱଚ୍ଛତା ଠିକରେ ରହିଛି l ନର୍ମଦା ନଦୀର ଅବସ୍ଥା ଅନ୍ୟ ନଦୀ ମାନଙ୍କ ଭଳି ନହେଉ ଓ ନର୍ମଦାର ଜଳ ସବୁବେଳେ ସ୍ୱଚ୍ଛ ଓ ଶୀତଳ ରହିଥାଉ ଏହି କଥାକୁ ନେଇ ପରିକ୍ରମା କରାଯାଇଛି l ବୟସ୍କ ବ୍ୟକ୍ତି ମାନେ ୨ ହଜାର କିଲୋମିଟର ଯାତ୍ରା ସମୟରେ ସାଇକେଲ ସହିତ ପୂମ୍ପଚର ମରିବାର ସାମଗ୍ରୀ ରଖିଛନ୍ତି l ନଜର ବ୍ୟବହାର ପାଇଁ ବିଛଣା ଓ ପରିଚୟ ପତ୍ର ସାଙ୍ଗରେ ରଖିଛନ୍ତି l ସମସ୍ତଙ୍କ ପାଖରେ ଗିଅର ଵାଲା ସାଇକେଲ ରହିଛି l
ସେମାନେ କହିଛନ୍ତି ଯେ ଏହି ସାଇକେଲ ଯାତ୍ରା କରିବ ପୂର୍ବରୁ ସେମାନେ ପ୍ରତେକ ଦିନ ଦେଢ଼ ଘଣ୍ଟା ଅଭୟାସ କରିଥିଲେ l ବର୍ତମାନ ସେମାନେ ଦିନକୁ ୯୦ ରୁ ୧୦୦ କିଲୋମିଟର ଯାତ୍ରା ଅତିକ୍ରମ କରୁଛନ୍ତି ଓ ରାସ୍ତାରେ ଅଟକି ଲୋକମାନଙ୍କୁ ନର୍ମଦାର ସ୍ୱଚ୍ଛତାକୁ ନେଇ ସଂଦେଶରେ ଦେଉଛନ୍ତି l କରୋନା ସଂକ୍ରମଣ ଶୀତ ସଂଗ୍ରାମ କରିବ ପାଇଁ ସାଇକେଲିଂ ମାଧ୍ୟମରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ସନ୍ଦେଶ ଦେଉଛନ୍ତି l ଏହି ସଦସ୍ୟ ମାନେ କହିଛନ୍ତି ଯେ ସେମାନେ ନାସିକ ସାଇକଲିଷ୍ଟ ଫାଉଣ୍ଡେସନ୍ ର ସଦସ୍ୟ ଅଟନ୍ତି l ତାଙ୍କ କ୍ଲବରେ ୨ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି l ଅମାନାଙ୍କ ମଧ୍ୟରେ ଛୋଟପିଲା ,ଯୁବକ ଓ ବୟସ୍କ ମିଳିତ ଭାବରେ ରହିଛନ୍ତି l ତାଙ୍କ କ୍ଲବର ବୟସ୍କ ସଦସ୍ୟ ମାନେ ଦିନକୁ ପାଖାପାଖି ୮୦ କିଲୋମିଟର ସାଇକେଲ ଚଳାଇଥାନ୍ତି l