ଅପ୍ରେଲ ରେ ଜନ୍ମ ନେଇଥିଲେ ଇଷା ମସିହ କିନ୍ତୁ କାହିଁକି ଡିସେମ୍ବର ୨୫ ରେ ପାଳନ କରାଯାଇଥାଏ କ୍ରିସମାସ ? ଈଶ୍ୱରଙ୍କ ଅସ୍ତିତ୍ବ କୁ ନେଇ ତର୍କ
ଡିସେମ୍ବର ୨୫ ଆସିଲା ମାତ୍ରକେ ସାରା ଦୁନିଆରେ କ୍ରିସମାସ ର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ, ରଙ୍ଗ ବେରଙ୍କ ର ଆଲୋକ ରେ ସୁସଜ୍ଜିତ ହୋଇଥାଏ ରାସ୍ତା ବଜାର ଓ ଗୀର୍ଜା, ଡିସେମ୍ବର ୨୫ ଇଷା ମଶୀହ ଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଏ, ଏହିଦିନ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଲୋକଙ୍କ ପାଇଁ ଆସ୍ଥା, ବିଶ୍ୱାସ ଓ ଇତିହାସ ସହିତ ଜଡିତ ଅନେକ ପ୍ରଶ୍ନ ନେଇ ଆସିଥାଏ, କଣ ପ୍ରକୃତରେ ଇଷା ମସିହ ଙ୍କ ଜନ୍ମ ଡିସେମ୍ବର ୨୫ ରେ ହୋଇଥିଲା ନା ଏହି ତାରିଖ ସମୟ ସହିତ ନିର୍ଣ୍ଣୟ କରାଯାଇଥିବା ଗୋଟିଏ ଧାର୍ମିକ ପରମ୍ପରା ?
ଏହି ପ୍ରଶ୍ନ ନିକଟରେ ଦିଲ୍ଲୀ ର କନ୍ସଟିଚ୍ୟୁସନ କ୍ଲବ ରେ ପ୍ରସିଧ ସାୟର -ଗୀତିକାର ଜାଭେଦ ଅଖତର ଓ ଇସ୍ଲାମିକ ସ୍କଲାର ମୁଫତି ସ୍ମାଇଲ ଙ୍କ ମଧ୍ୟରେ ହୋଇଥିବା ‘ଈଶ୍ୱର ଙ୍କ ଅସ୍ତିତ୍ବ’ ଓ ଧାର୍ମିକ ଇତିହାସ କୁ ନେଇ ହୋଇଥିବା ଚର୍ଚା ଅଟେ, ଯେଉଁଥିରେ ଇଷା ମସିହ ଙ୍କ ଜନ୍ମ ତାରିଖ ସହିତ ଜଡିତ ପ୍ରଶ୍ନ ମଧ୍ୟ ଉଠିଥିଲା, ନିଜକୁ ନାସ୍ତିକ କହୁଥିବା ଜାଭେଦ ଅଖତର ଭଗବାନ ନାହାନ୍ତି ବୋଲି ତର୍କ ରଖିଥିଲେ, ଏବଂ ୨୫ ଡିସେମ୍ବର ରେ ଇଷା ମସିହ ଙ୍କ ଜନ୍ମ କୁ ନେଇ ମଧ୍ୟ ତର୍କ ରଖିଥିଲେ l
ଜାଭେଦ ଅଖାତର ଗାଜା ଯୁଦ୍ଧର ଉଦାହରଣ ଦେଇ କହିଥିଲେ ସେଠାରେ ନିରୀହ ଲୋକ ମାରୁଛନ୍ତି ଏଠାରେ ମୁଁ ସର୍ବ ଶକ୍ତିମାନ ଈଶ୍ୱର ଙ୍କୁ ମୁଁ ବୁଝି ପାରୁନାହିଁ l ଯଦି ଈଶ୍ୱର ସର୍ବ ଶକ୍ତିମାନ ଓ ସମସ୍ତ ସ୍ଥାନରେ ଅଛନ୍ତି ତେବେ ଗାଜା ରେ ମଧ୍ୟ ଥିବେ ଏବଂ ସେ ଛୋଟ ପିଲାଙ୍କୁ ବୋମା ଆକ୍ରମଣ ରେ ମରୁଥିବାର ଦେଖୁଥିବେ, ଯଦି ସେ କିଛି କରିପାରୁ ନାହାନ୍ତି ତେବେ ଈଶ୍ୱର ଙ୍କ ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠୁଛି l
ଜାଭେଦ ଅଖତର କହିଥିଲେ ଯେ ଏହାଠାରୁ ଉନ୍ନତ ତ ଆମ ପ୍ରଧାନମନ୍ତ୍ରୀ ଅଟନ୍ତି, ସେ କିଛିଟା ତ ଦେଶ ବାସୀ ଙ୍କ ଚିନ୍ତା କରୁଛନ୍ତି, ଆଜି ଧର୍ମ ନାମରେ ହିଂସା ସବୁଠୁ ବଡ଼ ପ୍ରଶ୍ନ, ଯଦି ଈଶ୍ୱର ଅଛନ୍ତି ଓ ଅନ୍ୟାୟ ହେବାକୁ ଦେଉଛନ୍ତି ତେବେ ଆକ୍ଷି ବନ୍ଦ କରି ତାଙ୍କୁ ବିଶ୍ୱାସ କରିବା ଭୁଲ ଅଟେ l
ସେହିଭଳି ଇଷା ମସିହ ଙ୍କ ଜନ୍ମ ବସନ୍ତ ଋତୁ ମାର୍ଚ୍ଚ-ଅପ୍ରେଲ ମାସ ପାଖାପାଖି ହୋଇଥିଲା ବୋଲି ଇତିହାସ କାର ଙ୍କର ମତ ରହିଛି , କିନ୍ତୁ ବ୍ରିଟନିକl ରେ କୁହାଯାଇଛି ୨୫ ଡିସେମ୍ବର ରେ ରୋମାନ ସାମ୍ରାଜ୍ୟ ର ପୁରୁଣା ପର୍ବ ସୋଲ ଇନଭିକ୍ଟସ ର ଅନୁସାରେ ଯେଉଁଥିରେ ଲୋକେ ଗିଫ୍ଟ ଦେଉଥିଲେ ଓ ଭୋଜି କରୁଥିଲେ ତା ସହିତ ଯୋଡି ଦିଆଯାଇଛି l
ମୌଲାନା ମୁଫତି ସ୍ମାଇଲ କହିଥିଲେ ଯେ ସମସ୍ତଙ୍କ ଦାୟିତ୍ୱ ଈଶ୍ୱର ଙ୍କ ଉପରେ ନୁହେଁ, ମଣିଷ ର କର୍ମ ଉପରେ ମଧ୍ୟ ରହିଛି, ମଣିଷ ଯଦି ବୁଲ ରାସ୍ତା ବାଛିଥାଏ ତେବେ ଏହାର ପରିଣାମ ଭୋଗୀ ଥାଏ l
