ନୂଆଦିଲ୍ଲୀ : ଭାରତ- ଚୀନ୍ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଘୋଷଣା କରିଛ;ଏହା ବ୍ୟତୀତ ୟୁସି ବ୍ରାଉଜର, କ୍ୟାମ୍ ସ୍କାନର ପରି ଆହୁରି ଆନେକ ଲୋକପ୍ରିୟ ଆପ୍କୁ କେନ୍ଦ୍ର ସରକାର ବ୍ୟାନ କରିବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଚାଇନିଜ ଆପ୍ର ଏକ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ବ୍ୟାନ କରିବା ନିମନ୍ତେ ନିବେଦନ କରିଥିଲେ । ଏତଦ୍ଭିନ୍ନ ଏସବୁ ଆପ୍ ଗୁଡିକୁ ତୁରନ୍ତ ମୋବାଇଲରୁ ହଟାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା ।