Odisha news

ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ନଗର କଂଗ୍ରେସର ବିରୋଧ

0

କଟକ : ଲଗାତର ଭାବେ ୧୦ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିଛି । ଗୋଟିଏ ପଟେ ଲୋକ କରୋନା ମହାମାରୀ ଯୋଗୁ ଘରେ ତାଲା ବନ୍ଦ ଅବସ୍ଥାରେ ରହିଥିଲା ବେଳେ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଅପରପକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଓ ପେଟ୍ରୋଲର ମୁଲ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି । ଏହାର ସିଧାସଳଖ ପ୍ରଭାବ ଗାଡିମଟର ଉପରେ ପଡୁଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଦର ହୁ ହୁ ବଢିବାରେ ଲାଗିଛି । ବିଜେପି ସରକାର କ୍ଷମତାକୁ ଆସିଲା ପରେ ଏକ୍ସସାଇଜ ଡୁ୍ୟଟି ପେଟ୍ରୋଲରେ ୨୫୮% ବୃଦ୍ଧି ପାଇଥିଲା ବେଳେ ଡିଜେଲରେ ୮୨୦% ବୃଦ୍ଧି ପାଇଛି ।

Leave A Reply