ପଟ୍ଟାମୁଣ୍ଡାଇ : ବି.ଇ.ଓଙ୍କ ଅପରଗତାରୁ ୭୦ଲକ୍ଷ ଟଙ୍କା ଫେରିଗଲା : ବିଭିନ୍ନ ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇବ ଶିକ୍ଷକ ସଂଘ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବିଇଓଙ୍କ ଅପରଗତା ଓ ବିଭିନ୍ନ ଦାବି ନେଇ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ଆନେ୍ଦାଳନକୁ ଓହ୍ଲାଇବକୁ ନିଷ୍ପତି ନେଇଛି । ଆଜି ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣସଂପାଦକ ବଳଭଦ୍ର ପ୍ରସାଦ ରାଉତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ସର୍କଲ ସଂପାଦକ ଆରତ କୁମାର ନାୟକ, ସୁଧାଂଶୁବାଳା ମହାପାତ୍ର, ଅନାମ ବେହେରା ପ୍ରମୁଖ ବହୁ ଶିକ୍ଷକନେତା ଯୋଗ ଦେଇ ଶିକ୍ଷକମାନଙ୍କ ବିଭିନ୍ନ ଦାବି ଏଲିମେଟାଂଇରୀ କ୍ୟାଡର ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା, କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇଥିବା ୫ଜଣ ସିଆରସିସିମାନଙ୍କୁ ନେଇ ବେନିୟମ କାର୍ଯ୍ୟ କରିବା, ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟକାଳ ସରିଥିବା ସିଆରସିସିଙ୍କୁ ନେଇ ବିଇଓ ବେଆଇନ କାର୍ଯ୍ୟ କରିବା, ହାତଗୁଞା ନଦେଲେ ଜିପିଏଫ ଉଠାଣ ୪/୬ ମାସ କରି ଦେବା, ସର୍ଭିସ ବୁକ ଦୀର୍ଘଦିନ ହେବ ପୂରଣ ନକରିବା, ଜାନୁଆରୀ ୨୦୨୦ରେ ଆବେଦନ କରିଥିବା ୩୨ଜଣଙ୍କ ଜାଗାରେ ମାତ୍ର ୫ଜଣଙ୍କ ମ ଏ ସି ପି କରି ଅନ୍ୟମାନଙ୍କୁ ଲାଚଂ ମାଗିବା, ଶିକ୍ଷକ ସଂଘ ସଂପାଦକ ଭଳଭଦ୍ର ରାଉତଙ୍କର ଏସିପି ଏରିଅର ପ୍ରଦାନ ନକରିବା, କେ. ରାୟ , କେ ମୁଖାର୍ଜୀ, ବି ମଲ୍ଲିକଙ୍କ ୨୦୧୬ ବିଲ ମଞୁର ନକରିବା, ନିରାକାର ପଣ୍ଡାଙ୍କୁ ୩ ମାସର ଦରମା ନଦେବା, ଶିକ୍ଷକମାନଙ୍କ ଆୟକର ୧୬ ନମ୍ବର ଫର୍ମ ନଦେବା ଆଦି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିଥିଲେ ।
ଦାବି ପୂରଣ ନହେଲେ ସଂଘ ଆନେ୍ଦାଳନକୁ ଓହ୍ଲାଇବାକୁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ବିଭିନ୍ନ ଶିକ୍ଷକନେତାମାନେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ସହୀଦମାନଙ୍କ ପାଇଁ ୨ମି. ନୀରବ ପ୍ରାର୍ଥନା କରାଯାଇଥିଲା ।