Odisha news

ବେତନଟୀ : କଇଁଥା ପୋଖରୀ କାର୍ଯ୍ୟକୁ ନେଇ ଗ୍ରାମରେ ଉତ୍ତେଜନା , ସରପଞ୍ଚଙ୍କ ଏତଲାକ୍ରମେ ମାମଲା ରୁଜୁ

0

ବେତନଟୀ, : ବୈଶିଙ୍ଗା ଥାନା ଅଧୀନ ଯୁଗଳ ପଞ୍ଚାୟତର କଇଁଥା ପୋଖରୀ କାର୍ଯ୍ୟକୁ ନେଇ ଉତ୍ତେଜନା ହୋଇ ଥିଲା । ଗ୍ରାମବାସୀ ମାନେ ସରପଞ୍ଚ କବିତା ସିଂଙ୍କୁ ଖବର ଦେବାରୁ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁ ଥିଲେ । ଏହି ସମୟରେ ଗ୍ରାମର ଭାନୁ ବେହେରା ସରପଞ୍ଚଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଅସଦାଚରଣ କରି ଥିବାର ସରପଞ୍ଚ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।

ସରପଞ୍ଚଙ୍କ ଅଭିଯୋଗ କ୍ରମେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଦଫା ୩୪୧, ୩୨୩, ୨୯୪, ୩୫୪, ୫୦୬ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୩୩/୨୦୨୦ ରୁଜୁ କରି ଏସଆଇ ଅନୀତା ସ୍ୱାଇଁଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଏସଆଇ ଅନୀତା ସ୍ୱାଇଁ, ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ପୋଲିସ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହିତ ଲୋକ ମାନଙ୍କୁ ବୁଝାସୁଝା କରି ଥିବାର ଜଣା ପଡିଛି ।

Leave A Reply