Odisha news

ଗୁଇନ୍ଦା ବିଭାଗ ର ତଥ୍ୟ : ଚୀନ୍ ସେନା ବାହିନୀ ରେ ପାକ୍ ସୈନ୍ୟଙ୍କୁ ଗୋପନୀୟ ମୁତୟନ କରାଯାଇଛି

ନୂଆଦିଲ୍ଲୀ : ଚୀନ୍ ଓ ପାକିସ୍ତାନ ମିଳିତ ଭାବରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଚୀନ୍ ସେନା ବାହିନୀ ରେ ୱେଷ୍ଟଟର୍ନ ଓ ସର୍ଦର୍ଣ୍ଣ କମାଣ୍ଡ ରେ ପାକିସ୍ତାନ ଆର୍ମି ଅଫିସର ମୁତୟନ ଅଛନ୍ତି । ୱେଷ୍ଟଟର୍ନ କମାଣ୍ଡ ଲଦାକ୍ ଓ ସର୍ଦର୍ଣ୍ଣ କମାଣ୍ଡ ତିବ୍ବତ ଅଞ୍ଚଳରେ ମୁତୟନ ଅଛନ୍ତି । ଭାରତର ରକ୍ଷା ମନ୍ତ୍ରଣାଳୟ ଓ ସେନା ବାହିନୀ ଏହାକୁ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ।
ସୂଚନା ଯୋଗ୍ୟ ଯେ ଚୀନ୍ ଓ ପାକିସ୍ତାନ ର ଏହି କାର୍ଯ୍ୟକଳାପ କୁ ସୂଚନା ଦିଆ ଯାଇଛି । ରିପୋର୍ଟ ଅନୁସାରେ ଆଜିକାଲି ପାକିସ୍ତାନ ର ଫୌଜି ଅଫିସର ମାନଙ୍କୁ କମାଣ୍ଡ ର ହେଡ କ୍ୱାଟର ରେ ପୋଷ୍ଟିଙ୍ଗ ଦିଆ ଯାଇଛି । ଚୀନ୍ ଗତ ମାସରେ ଜେନେରାଲ ବାଙ୍ଗ ହେଜୀୟଙ୍ଗ ଙ୍କୁ ଦାୟିତ୍ଵ ୱେଷ୍ଟଟର୍ନ କମାଣ୍ଡ ର ଦାୟିତ୍ଵ ଦେଇଥିଲା ।
ଖାସ୍ କଥାଟି ହେଲା ଗୋଟିଏ ପଟରେ ଚୀନ୍ ଏହି ଅଞ୍ଚଳ ରୁ ସୈନ୍ୟ ହଟାଇବା ପାଇଁ କହୁଛି ତ ଅନ୍ୟ ପକ୍ଷରେ ଲାଦାକ୍ କୁ ଅଲଗା ରାସ୍ତାରେ ସୈନ୍ୟ ଓ ହତିଆର ସପ୍ଲାଏ କରୁଛି । ମିଳିଥିବା ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ୧୦ ଜଣ ପାକିସ୍ତାନୀ ଫୌଜୀ ଅଫିସର ବେଜିଂ ସ୍ଥିତ ଚୀନ୍ ଦୂତାବାସ ରେ ମୁତୟନ ରହିଛନ୍ତି । ଏମାନଙ୍କୁ ଅଲଗା କାମ ଦିଆ ଯାଇଛି , ଠିକ୍ ଭାବରେ ଜଣା ପଡିନାହିଁ ଯେ କେତେଜଣ ପାକିସ୍ତାନୀ ସେନା ବେଜିଂ ରେ ଅଛନ୍ତି ।

Comments are closed.