Odisha news

୨୦୨୨ ସୁଦ୍ଧା ଅନ୍ତରୀକ୍ଷରେ ସ୍ଥାୟୀ ସ୍ପେସ୍ ଷ୍ଟେସନ୍ ତିଆରି କରିବ ଚୀନ୍ : ଅନ୍ତରୀକ୍ଷ ଯାତ୍ରୀଙ୍କର ଆରମ୍ଭ ହେଲା ତାଲିମ୍

0

ନୂଆଦିଲ୍ଲୀ :ଚୀନ ଗତବର୍ଷ ସାରା ବିଶ୍ୱକୁ କରୋନା ମହାମାରୀ କାରଣରୁ ଆତଙ୍କ ମଧ୍ୟରେ ରଖିଥିଲା ,ନିଜେ ମଧ୍ୟ ଚିନ୍ତାରେ ରହିଥିଲା ସେହି ସମୟରେ ଅନେକ ଅନ୍ତରୀକ୍ଷ ମିଶନ କାର୍ଯ୍ୟ ହୋଇଥିଲା l ଅନେକ ଦେଶ ବିଭିନ୍ନ ସାଟେଲାଇଟ ଅନ୍ତରୀକ୍ଷକୁ ପଠାଇ ଥିଲେ l ଏହି ସବୁଠୁ ଅଲଗା ଚୀନ ନିଜର ସ୍ଥାଇ ସ୍ପେସ ଷ୍ଟେସନ ତିଆରି କରିବାରେ ବର୍ତ୍ତମାନ ଲାଗିଛି l ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଭଳି ଚୀନର ନିଜସ୍ୱ ସ୍ପେସ ଷ୍ଟେସନ ଅନ୍ତରୀକ୍ଷରେ ରହିବ l ଏହାକୁ ତିଆରି କରିବାର ପ୍ରକ୍ରିୟା ଚଳିତ ବର୍ଷ ଆରମ୍ଭ କରାଯିବ ଓ ୨୦୨୨ ଶେଷ ସୁଦ୍ଧା ସମ୍ପୂର୍ଣ ହୋଇଯିବ l

ଚାଇନା ନେସନାଲ ସ୍ପେସ ଆଡ୍ମିନିଷ୍ଟେସନ ଅନୁସାରେ ଚଳିତ ବର୍ଷ ୪ଟି କୃ ମିଶନ କରାଯିବ l ସେଥିପାଇଁ ଅନ୍ତରୀକ୍ଷ ଯାତ୍ରୀ ମାନଙ୍କର ଟ୍ରେନିଂ ଆରମ୍ଭ ହୋଇ ଯାଇଛି l ଏହି ୪ଟି କୃ ମିଶନ ସମୟରେ ଚୀନର ବୈଜ୍ଞାନିକ ମାନେ ଅନ୍ତରୀକ୍ଷକୁ ଯାଇ ସ୍ପେସ ଷ୍ଟେସନ ତିଆରି କରିବା ଆରମ୍ଭ କରିଦେବେ l ୨୦୨୨ ରେ ତିଆରି ହେବାର କାର୍ଯ୍ୟକ୍ରମ ପୁରା ହେବ ପରେ ୧୧ ଟି ଅନ୍ତରୀକ୍ଷ ମିଶନ ଲଞ୍ଚ କରାଯିବ l CNSA ର କୃ ମିଶନ ପାଇଁ ୧୨ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କର ଟ୍ରେନିଂ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି ,ଯେଉଁଥିରେ ନୂଆ ଯୁବ ପିଢିଙ୍କ ସହିତ ମହିଳା ମଧ୍ୟ ସାମିଲ ହେବେ l

ଚୀନ ପୂର୍ବରୁ ୨ଟି ପ୍ରୟୋଗଆତ୍ମକ ସ୍ପେସ ଷ୍ଟେସନ ଲଞ୍ଚ କରି ସାରିଛି ,ଯାହା ଦ୍ୱାରା ଡାକିଙ୍ଗ ଓ ଅନ୍ତରୀକ୍ଷରେ ଲାଇଭି ସପୋର୍ଟର ଯାଞ୍ଚ କରାଯାଇ ପାରିବ l ଗୋଟିଏ ଥର ସ୍ଥାଇ ସ୍ପେସ ଷ୍ଟେସନ କାମ ପୁରା ହୋଇଗଲା ପରେ ଅନ୍ତରୀକ୍ଷ ଯାତ୍ରୀ ଏଠାରେ ୬ ମାସ ପର୍ଯ୍ୟନ୍ତ ରହି ପାରିବେ l ୨୦୦୩ ରେ ପ୍ରଥମ ଥର ପାଇଁ ଅନ୍ତରୀକ୍ଷ ଯାତ୍ରୀ ପଠାଇବା ପରେ ଚୀନ ବର୍ତ୍ତମାନ ଦ୍ରୁତ ଗତିରେ ଏହି ପ୍ରକଳ୍ପକୁ ନେଇ କାମ କରୁଛି l ବିଶ୍ୱର ବୈଜ୍ଞାନିକ ମାନେ ଆଶା ପ୍ରକଟ କରିଛନ୍ତି ଯେ ଚୀନର ସ୍ପେସ ଷ୍ଟେସନ ISS ର ସ୍ଥାନ ନେଇ  ପରେ l

Leave A Reply