Odisha news

ପିଲାମାନେ ଯଦି କଥା କହିବା ସମୟରେ ପାଟି ଲାଗୁଛି ତେବେ ଏଭଳି କରନ୍ତୁ ଦୂର ଓ ବଢ଼ାନ୍ତୁ ଆତ୍ମବିଶ୍ବାସ

0
ଆମେ ନିଜ ଚତୁର୍ପର୍ଶ୍ୱରେ ଏଭଳି ପିଲାଙ୍କୁ ଦେଖି ଥାଉ ଯେଉଁମାନେ କଥା କହିବା ସମୟରେ ତାଙ୍କ ପାଟି ଲାଗିଥାଏ । କିନ୍ତୁ ଏହା ପଛରେ କଣ ରହିଛି କାରଣ ? ବିଶେଷ ଭାବରେ ଏହି ପାଟି ଲାଗିବା ହେଉଛି ସ୍ପିଚ ଡିସ୍ ଅର୍ଡର ଅଟେ , ଯାହା ପିଲାଟି କୁ କଥା କହିବା ରେ ବାଧା ସୃଷ୍ଟି କରିଥାଏ । ବିଶେଷ ଭାବରେ ପିଲାମାନଙ୍କ ମଧ୍ୟରେ ୨-୫ ବର୍ଷ ମଧ୍ୟରେ ଦେଖିବାକୁ ମିଳିଥାଏ । ଯାହାକି ବଡ ହେବା ପରେ ମଧ୍ୟ ସମୟ ଲଗିଥାଏ । କିନ୍ତୁ କିଛି ପିଲାଙ୍କ ନିକଟରେ ଜୀବନ ସାରା ରହିଥାଏ । ଏହା ଅନେକ ପିତାମାତା ଙ୍କ ଚିନ୍ତା ର କାରଣ ମଧ୍ୟ ହୋଇଥାଏ ।
* ପିଲାମାନେ ପାଟି ଲାଗିବା ସମସ୍ୟା ଏଥିପାଇଁ ଦେଖା ଯାଇଥାଏ ଏହା ପଛରେ ଅନେକ କାରଣ ରହିଛି । ଯେପରିକି ଏହା ବେଳେ ଜେନେଟିକ ହୋଇଥାଏ । କିଛି ପିଲାଙ୍କ ସହିତ ପିତାମାତା ସମୟ ଅତିବାହିତ କରିବା ପାଇଁ ପାଇ ନଥାଆନ୍ତି , ଯେଉଁ କାରଣରୁ ପିଲାମାନେ ଖୁବ୍ ଡେରିରେ କଥା କହିବା ଶିଖି ଥାଆନ୍ତି । ଆଉ କିଛି କ୍ଷେତ୍ରରେ ପିଲା ଭୟାଲୁ ସ୍ଵଭାବ ର ହୋଇ ମଧ୍ୟ ଡେରିରେ କଥା କହିବା ଶିଖନ୍ତି । କିଛି ପିଲାଙ୍କ କ୍ଷେତ୍ରରେ କୌଣସି ମାନସିକ ଆଘାତ କାରଣରୁ ମଧ୍ୟ ଡେରିରେ କଥା କହିବା ସିଖନ୍ତି।
* କିଭଳି ଦୂର କରିବା ଏହି ସମସ୍ୟା -:
– ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଯଦି ପିଲାଟି କୌଣସି ଡର କୁ ସମ୍ମୁଖୀନ କରିଛି ତେବେ ଭୟ ରେ ରହିଥାଏ । ନିଜର ଏହି ଭୟ କାରଣରୁ ସେ ଅନେକ ସମୟରେ ପାଟି ଲାଗିବା ର ସମ୍ମୁଖୀନ ହୋଇଥାଏ । ତେଣୁ ଏଭଳି ସ୍ଥିତିରେ ପିଲାକୁ ଯୋଗ ଅଭ୍ୟାସ କରାନ୍ତୁ , ଯାହା ତାର ମୁଡ କୁ ଫ୍ରେସ୍ କରିବ ।
– ଯଦି ପିଲାର ପାଟି ଲାଗୁଚି ତେବେ ଦର୍ପଣ ସମ୍ମୁଖରେ ଠିଆ କରି ତାକୁ ବଡ ପାଟିରେ କିଛି ଗୋଟିଏ ବହି ପଢିବାକୁ କୁହନ୍ତୁ , ଯାହାଦ୍ଵାରା ତାର ପାଟି ଲାଗିବା ସମସ୍ୟା ଦୂର ହେବ ।
– ଅନେକ ପିଲାଙ୍କୁ ବହି ପଢ଼ିବା ସମୟରେ ପ୍ରଶ୍ୱାସ୍ ନେବାକୁ ଅସୁବିଧା ହୋଇଥାଏ ଓ ପାଟି ଲାଗିଥାଏ । ଏଥିରୁ ଆରାମ ପାଇବା ପାଇଁ ବ୍ରିଦିଂ ଏକ୍ସର୍ସାଇଯ ନିୟମିତ କରିବା ଆବଶ୍ୟକ ।
– ସ୍ପିଚ୍ ଥେରାପି –
ଏହି ଥେରେପି ଦ୍ଵାରା କଥା କହିବା ଶକ୍ତି ବୃଦ୍ଧି କରିଥାଏ
Leave A Reply