Odisha news

ଛୋଟ ପିଲାମାନଙ୍କ ଉଚତା ବୃଦ୍ଧି କରିଥାଏ ଏହି ୭ଟି ଖାଦ୍ୟ, ତେଣୁ ମା ମାନେ ବିଶେଷ ଧ୍ୟାନ ଦେବା ଜରୁରୀ

0

ଛୋଟ ପିଲାଙ୍କ ଉଚତା କୁ ନେଇ ଚିନ୍ତା ପ୍ରତ୍ୟେକ ପିତାମାତା ଙ୍କର ରହିଥାଏ l ଯାହା ପିଲାଙ୍କ ପାଇଁ ନିହାତି ଜରୁରୀ ଅଟେ l ଅନେକ ମାତାପିତା ଏଭଳି ରହି ଥାଆନ୍ତି ଯିଏ କି ନିଜର ସନ୍ତାନର ଉଚତା କୁ ନେଇ ଚିନ୍ତାରେ ରହି ଥାଆନ୍ତି l ସେଭଳି କିଛି ମାତାପିତା ଙ୍କ ପାଇଁ ଆଜିର ଏହି ତଥ୍ୟ l

– ସର୍ବ ପ୍ରଥମେ ଆସନ୍ତୁ ଜାଣିବା କେଉଁସବୁ କାରଣରୁ ପିଲାଙ୍କ ଉଚତା ଓ ସ୍ୱାସ୍ଥ୍ୟ ଯାହାକୁ ଆମେ କହିଥାଉ ଗ୍ରୋଥ ରେ ବାଧା ଉପୁଜିଥାଏ l ଯେପରିକି ପିଲାଙ୍କୁ ପୌଷ୍ଟିକ ଆହାର ର ଘୋର ଅଭାବ l  ସେଭଳି ପିଲାଙ୍କର ଉଚତା ପ୍ରଭାବିତ ହୋଇଥାଏ l

– କେବେ କେମିତି ଜେନେଟିକ କାରଣରୁ ପିଲାଙ୍କ ଉଚତା ବୃଦ୍ଧି ହେବାରେ ବାଧା ଉପୁଜିଥାଏ l ଏଭଳି ଛୁଆ ଙ୍କୁ ଛୋଟ ବେଳରୁ ହେଲଦି ଫୁଡ ଦେଇ ଉଚତା ବୃଦ୍ଧି କରିବା ଆବଶ୍ୟକ l

– ଆସନ୍ତୁ ବର୍ତମାନ ଜାଣିବା କେଉଁସବୁ ଖଡି ଉଚତା ବୃଦ୍ଧି କରିବାରେ ସାହାଯ୍ୟ କରେ -:
– ସୋୟାବିନ ରେ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ l ଯାହା ପିଲାଙ୍କ ହାଇଟ ସହିତ ଗ୍ରୋଥ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l  ତେଣୁ ନିଜ ଛୁଆ ର ଖାଇବାରେ ସୋୟାବିନ ନିହାତି ସାମିଲ କରନ୍ତୁ l ଏହାକୁ ଆପଣ ଯେଭଳି ଚାହିଁବେ ସେଭଳି ପ୍ରସ୍ତୁତ କରି ଖାଇବାକୁ ଦେଇ ପାରିବେ l

– ଅଁଳା ରେ ଭିଟାମିନ ସି ରେ ଭରପୁର ଅଟେ l ଯାହା ପିଲାଙ୍କ ପାଇଁ ଖୁବ ଜରୁରୀ ଅଟେ l  ଭିଟାମିନ ସି ଉଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l  ଯାହାକୁ ଛୋଟ ପିଲା ନିୟମିତ ସେବନ କରିବା ଜରୁରୀ l  ଏହା ଗୋଟିଏ ପ୍ରାକୃତିକ ତତ୍ୱ ଅଟେ l ତେଣୁ ବଜାରରେ ମିଳୁଥିବା କେମିକାଲ ମିଶ୍ରିତ ଅଁଳା ଜୁସ ପିଲାଙ୍କୁ ଦିଅନ୍ତୁ ନାହିଁ l

– ଦୁଗ୍ଧରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ l  ଯାହାକି ହାଡର ବିକାଶ ପାଇଁ ଖୁବ ଜରୁରୀ ଅଟେ l  ଯେତେବେଳେ ହାଡ଼ ମଜବୁତ ହେବ ଉଚତା ବୃଦ୍ଧି ହେବାରେ ସାହାଯ୍ୟ ମିଳିବ l  ତେଣୁ ନିଜ ସନ୍ତାନ କୁ ଦୁଗ୍ଧ ପିଇବାର ଅଭ୍ୟାସ କରାନ୍ତୁ l

– ଅଳମଣ୍ଡ ରେ ଭିଟାମିନ ଇ ଓ ଅନେକ ପୋଷାକ ତତ୍ୱ ରହିଛି l ଭିଟାମିନ ଇ ସହିତ ଅନେକ ପୋଷାକ ତତ୍ୱ ଥିବା କାରଣରୁ ଏହା ଉଚତା ବୃଦ୍ଧି ର ଗୋଟିଏ ଭଲ ସ୍ରୋତ ଅଟେ l  ତେଣୁ ନିୟମିତ ଛୁଆ ଙ୍କୁ ପାଣିରେ ବତୁରା ଯାଇଥିବା ଅଳମଣ୍ଡ ଖାଇବାକୁ ଦିଅନ୍ତୁ l

– ବିନ୍ସ ରେ ପ୍ରଚୁର ପ୍ରୋଟିନ ରହିଛି l  ତେଣୁ ଏହା ଶୁଖିଲା ହେଉ କିମ୍ବା କଞ୍ଚା ହେଉ ନିୟମିତ ନିଜ ପିଲାକୁ ସେବନ କରିବାକୁ ଦିଅନ୍ତୁ l  ବିନ୍ସ ଉଚତା ବୃଦ୍ଧି ସହିତ ଗ୍ରୋଥ ବଢାଇବାରେ ସାହାଯ୍ୟ କରିଥାଏ l

– ନିୟମିତ ଖାଇବାକୁ ଦିଅନ୍ତୁ ସବୁଜ ପନିପରିବା , ସବୁଜ ପନିପରିବା ସମସ୍ତ ପ୍ରକାର ଭୀତମୀନସ , ମିନେରାଲସ ର ଗନ୍ତାଘର ଅଟେ l  ତେଣୁ ନିୟମିତ ଭାବରେ ବିଭିନ୍ନ ପ୍ରକାରର ଶାଗ, ବନ୍ଧା କୋବି, ଟମାଟୋ, ଫୁଲକୋବି , କଲରା ଇତ୍ୟାଦି ଖାଇବାକୁ ଦିଅନ୍ତୁ l ଏହା ପିଲାର ମସ୍ତିଷ୍କ ର କାର୍ଯ୍ୟକୁ ମଧ୍ୟ ବଢ଼ାଇଥାଏ l

– ଗାଜର ରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ l  ଯାହାଦ୍ୱାରା ହାଡ଼ ମଜବୁତ ହୋଇଥାଏ l  ତେଣୁ ଗାଜର ନିଜ ପିଲାର ଖାଦ୍ୟରେ ନିହାତି ଶାମିଲ କରନ୍ତୁ l ସାଲାଡ଼ , ସୁପ, ତରକାରୀ ଯେପରି  ଚାହିଁବେ ନିୟମିତ ଖାଇବାକୁ ଦିଅନ୍ତୁ l

Leave A Reply