Odisha news

ନିଜ ସନ୍ତାନକୁ କଦାପି ଶିଖାନ୍ତୁ ନାହିଁ ଏହି ୫ଟି ଖରାପ କଥା, ନଚେତ ଚାଲି ଯାଇପାରେ ଅବାଟକୁ

0

ପ୍ରତି ମାତାପିତା ଚାହିଁ ଥାଆନ୍ତି ତାଙ୍କ ସନ୍ତାନ ଗୋଟିଏ ଭଲ ମଣିଷ ହେଉ l କିନ୍ତୁ ବେଳେବେଳେ ଘର ପରିବାର ଙ୍କର କିଛିଟା ଖରାପ ଅଭ୍ୟାସ ଯୋଗୁଁ ପିଲାମାନଙ୍କ ଖରାପ ଅଭ୍ୟାସ ବଢି ଯାଇଥାଏ ଓ ପିଲାମାନେ ଅବାଟକୁ ଚାଲି ଯାଇ ଥାଆନ୍ତି l ବେଳେବେଳେ ବଡ ମାନେ ନିଜ ପିଲା ମାନଙ୍କ ସାମ୍ନାରେ କିଛିଟା ଏପରି ଭୁଲ କରି ଥାଆନ୍ତି ଯାହା ଦ୍ୱାରା ପିଲାମାନେ ଖରାପ ଅଭ୍ୟାସ କୁ ଗ୍ରହଣ କରି ଅବାଟକୁ ଯାଇ ଥାଆନ୍ତି l

ଯେପରିକି ଯଦି କୌଣସି ଅଭିଭାବକ ଘରେ ଝଗଡା କରୁଥିଲେ ନିଜର ପିଲାଙ୍କ ଅନ୍ୟର କଥା ଲୁଚିକି ଶୁଣିବା ପାଇଁ କହି ଥାଆନ୍ତି, ଏହାଦ୍ୱାରା ସନ୍ତାନ ର ଧ୍ୟାନ ଖରାପ ଦିଗକୁ ଯାଇଥାଏ l ତେଣୁ ପିତାମାତା ନିଜ ପିଲାଙ୍କୁ ଖରାପ କଥା ଶିଖାଇବା ଉଚିତ ନୁହେଁ l

– ଅନ୍ୟର କଥା ଶୁଣିବା-  ସାଧାରଣ ଭାବରେ ଦେଖିବାକୁ ଗଲେ ଆମେ ପିଲାକୁ ଅନ୍ୟର ଜ୍ୱାସୁସି କରିବାକୁ କହିଥାଉ l ଏହା କିନ୍ତୁ ଗୋଟିଏ ଖରାପ ଅଭ୍ୟାସ ଅଟେ l ଏହାଦ୍ୱାରା ପିଲାଙ୍କ ମସ୍ତିଷ୍କ ଉପରେ ନେଗେଟିଭିଟି ହାବି ହୋଇଥାଏ l ତେଣୁ ବଡ଼ ମାନଙ୍କ କଥାରେ ପିଲାଙ୍କୁ ସଂଶ୍ଲିଷ୍ଟ କରିବା ଉଚିତ ନୁହେଁ l

– ସବୁ ପିତାମାତା ଙ୍କ ପାଇଁ ତାଙ୍କ ପିଲା ସବୁବେଳେ ବିଜୟ ଲାଭ କରିବା ଆବଶ୍ୟକ l ନିଜ ପିଲାକୁ କିନ୍ତୁ ସର୍ବ ପ୍ରଥମେ ମୋରାଲ ଭ୍ୟାଲ୍ୟୁ ଶିଖାଇବା ଉଚିତ l ନଚେତ ପିଲାର ମନୋବଳ ଭାଙ୍ଗିଯିବ l

– ନିଜ ପିଲା ମନରେ କେବେ କୌଣସି ବ୍ୟକ୍ତି ପାଇଁ ଜହର ଭରନ୍ତୁ ନାହିଁ l ଯଦି କୌଣସି ପ୍ରକାରର ଭେଦଭାବ ନିଜ ପିଲା ମନରେ ଭରୁଛନ୍ତି ତେବେ ତାହା ପିଲାଟିର କୋମଳ ମନ ଉପରେ ଖରାପ ପ୍ରଭାବ ପକାଇବ l

– କିଛି ମାତାପିତା ନିଜ ସନ୍ତାନକୁ ନିର୍ଭିକ କରିବା ପାଇଁ ଜୀବଜନ୍ତୁ ଙ୍କୁ ମାରିବା ପିଟିବା ଶିଖାଇ ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ, ସବୁବେଳେ ଜୀବଜନ୍ତୁ ଙ୍କ ପ୍ରତି ଦୟା ଭାବନା ରଖିବା ଜରୁରୀ, ଏହି ଶିକ୍ଷା ଦିଅନ୍ତୁ l

– ନିଜ ପିଲାଙ୍କୁ ଗୁରୁଜନ ମାନଙ୍କୁ ସମ୍ମାନ କରିବା ପିଲାଟି ଦିନରୁ ଶିଖାନ୍ତୁ l ଗୁରୁଜନ ଓ ଅନ୍ୟ ମାନଙ୍କ ସହିତ ଯଦି ପିଲା ଟି ଛୋଟ ବେଳରୁ ଯୁକ୍ତି କରିବା ଆରମ୍ଭ କରିଥାଏ ତାହା ତାର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇଥାଏ l

Leave A Reply