Odisha news

ଟ୍ରକ ମୁହାଁମୁହିଁ , ମାଲ ବୋଝେଇ ଟ୍ରକର ତେଲ ଟାଙ୍କି ଫାଟିଲା 

0
ଚିକିଟି :ତାମିଲନାଡୁରୁ  ମାଲ ବୋଝେଇ ଟ୍ରକ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ତଥା ଫୁଲବାଣୀ ରୁ ଚିକିଟି ଅଭିମୁଖେ ଆସୁଥିବା ଖାଲି ଟ୍ରକ ସହ କେ ନୂଆଗାଁ ଥାନା ନିକଟସ୍ଥ ମା ରତ୍ନେଶ୍ୱରୀ ମନ୍ଦିର ବୁଲାଣି ରାସ୍ତା ରେ ମୁହାଁମୁହିଁ ହେବା ଫଳ ରେ ତାମିଲନାଡୁ ର ଆସୁଥିବା ମାଲ ବୋଝେଇ ଟ୍ରକ ର ତେଲ ଟାଙ୍କି ଫାଟିବା ସହ ଉଭୟ ଟ୍ରକ ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି l ମିଳିଥିବା ସୂଚନା ପ୍ରକାରେ  ଖାଲି ଟ୍ରକ ର ପଛ ଚକା ୱାରଷ୍ଟ ହେବାରୁ ଟ୍ରକ ଟି ଭାରସାମ୍ୟ ହରାଇ ତାମିଲନାଡୁରୁ ଆସୁଥିବା ମାଲ ବୋଝେଇ ଟ୍ରକ (ଟି ଏନ 30ବି ଏସ 9795) ସହ ଧକ୍କା ହେବା ଫଳ ରେ ଖାଲି ଟ୍ରକ ଟି ରାସ୍ତା କଡ଼ ରେ ଓଲଟିବା ସହ ମାଲ ବୋଝେଇ ଟ୍ରକ ର ତଲେ ଟାଙ୍କି ଫାଟି ଯାଇଛି l କେ ନୂଆଗାଁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ସାଧାରଣ ଆହତ ହୋଇଥିବା ଉଭୟ ଟ୍ରକ ଡ୍ରାଇଭ ର ଙ୍କୁ ବମକୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଇ ଦୁଇ ଗୋଟି ଟ୍ରକ କୁ ଜବତ କରି ଘଟଣା ର ଅନୁସନ୍ଧାନ ଚଳାଇଛି l
Govt
Leave A Reply