Odisha news

ରାଜ୍ୟ ରାଜକୋଷକୁ ଲୁଟ୍ କଲେଜ କ୍ୟାମ୍ପସରେ  ପ୍ରଚାର କରୁଛି ବିଜେଡ଼ି : ଅଭିଳାଷ ପଣ୍ଡା

0
ବ୍ରହ୍ମପୁର :ରାଜ୍ୟର ସମସ୍ତ ଯୋଜନା ବିଜେଡ଼ି କରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର। କଲେଜ ପରିସର ଗୁଡ଼ିକରେ ମଧ୍ୟମରେ ଆଗମୀ ସାଧାରଣ ନିର୍ବାଚନ ପାଇଁ ନିଜ ଦଳୀୟ ପ୍ରଚାର ଆରମ୍ଭ କରିଦେଇଛି। ୧୫ ଦିନ ଧରି ଓଡ଼ିଶାର ସମସ୍ତ ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ ଓ ଅନ୍ୟାନ୍ୟ କଲେଜର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ରଖି ପ୍ରଚାର କରୁଛି ବିଜେଡ଼ି। ଆଜି ଶିକ୍ଷାର ଅବନତି ଘଟୁଥିବା ବେଳେ ଅଧ୍ୟାପକ,ସ୍ଥାୟୀ ଅଧ୍ୟକ୍ଷ, କ୍ୟାମ୍ପସରେ ଖେଳ ପଡିଆ ,ଥିଏଟର, ଲାଇବ୍ରେରୀ ଅଭାବ ଯୋଗୁଁ ମାଳ ମାଳ ସମସ୍ୟା ଠିଆ ହୋଇଥିବା ବେଳେ ରାଜ୍ୟକୋଷକୁ ଲୁଟ୍ କରି ଜନତାଙ୍କ ଅର୍ଥରେ ନିଜ ଦଳୀୟ ପ୍ରଚାର କରୁଛି । ଯେଉଁ ଟଙ୍କା ଶିକ୍ଷାର ବିକାଶରେ ଲାଗିବା କଥା ସେ ଟଙ୍କା ନବୀନ ବାବୁଙ୍କ ନିଜ ଦଳର ପ୍ରଚାରରେ ଲାଗୁଛି । ଅନ୍ୟ ପକ୍ଷରେ ଓଡ଼ିଶାର ସମସ୍ତ ୪୮୮ ଏବଂ ୬୬୨ ବର୍ଗର ମହାବିଦ୍ୟାଳୟ ଅଧ୍ୟାପକ ମାନେ ଧାରଣାରେ ୯ ମାସ ଧରି ବସିଛନ୍ତି ।ସୂଚନାଯୋଗ୍ୟ ୧୦୦ ରୁ ୨୦୦ ସଂଖ୍ୟାରେ ଛାତ୍ରଥିବା କଲେଜକୁ ଦିଆଯାଇଥିବା ୧.୫ଲକ୍ଷ ଟଙ୍କାରୁ ୨୦,୦୦୦ କେବଳ ବ୍ୟାନର ଲାଗିବା ପାଇଁ,ସେହିଭଳି ୨୦୦୦ ଛାତ୍ରଙ୍କ କ୍ୟାମ୍ପସ ପାଇଁ ପ୍ରଦତ ୯ଲକ୍ଷରୁ ୧ଲକ୍ଷ କେବଳ ବ୍ୟାନର ମାରିବା ପାଇଁ ଖର୍ଚ୍ଚ ନିର୍ଦ୍ଦେଶିକାରେ ସୂଚିତ ହୋଇଛି ।ଗୋଟିଏ କଲେଜ କ୍ୟାମ୍ପସରେ ୨୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ନବୀନ ବାବୁଙ୍କ ଫୋଟ ଥିବା ବ୍ୟାନର ଲାଗିବା ପରେ, କ୍ୟାମ୍ପସ ଏବଂ ବିଜେଡ଼ି କାର୍ଯ୍ୟାଳୟ ଭିତରେ ଫରକ୍ କଣ ରହିଲା ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରଶ୍ନ କରିଛନ୍ତି ।୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ  ବିଜୁ ଯୁବବାହିନୀ ନାମରେ ୪୫୦ କୋଟି ଟଙ୍କା   ଆପତ୍ତିକାଳୀନ ପ୍ରାବନ୍ଧନ ପାଣ୍ଠିକୁ ଅଗଣତାନ୍ତ୍ରିକ ଭାବେ ନେଇ ଗାଁ ମାନଙ୍କରେ ପାଣ୍ଠିକୁ ବ୍ୟବହାର କରାଯାଇଥିଲା । ଆଜି ବିଜୁ ଯୁବବାହିନୀର ସ୍ଥିତି ଓଡ଼ିଶା ବାସୀଙ୍କ ପାଖରେ ଅଛପା ନାହିଁ । ନୂଆ ଭୋଟରଙ୍କ ପାଖରେ ନିଜ ଦଳର ପ୍ରଚାର ପ୍ରସାର କରିବା ପାଇଁ ଆଜି ବିଜେଡ଼ି ପୁଣି ରାଜ୍ୟ ରାଜକୋଷରୁ ୧୦୦ କୋଟିରୁ ଅଧିକ ଟଙ୍କା ଲୁଟ୍ କରି ଯୁବକ ମାନଙ୍କୁ କ୍ୟାମ୍ପସରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ଲଗାଇ ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ଯୁବପିଢି ଙ୍କୁ ନିଜ ଆଡକୁ ଆଣିବା ପାଇଁ ଏଭଳି ପ୍ରହେଳିକା କରୁଛି ତାହା ନିନ୍ଦାଜନକ ବୋଲି  ଶ୍ରୀ ପଣ୍ଡା କହିଛନ୍ତି । ଆଜି ସାମ୍ୱାଦିକ ସମ୍ମିଳନୀ ରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ବିଜେଡିକୁ ତୀବ୍ର ସମାଲୋଚନା କରି ବର୍ଷିଛନ୍ତି । ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ରାଜ୍ୟ କ୍ୟାମ୍ପସ୍ ସଂଯୋଜକ ଆକାଶ ସାହୁ,ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସୋମନାଥ ପାତ୍ର ଏବଂ ରବି ରାଓ, ଜିଲ୍ଲା ଉପସଭାପତି  ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
Govt
Leave A Reply