ବାରିପଦା : ରାଜ୍ୟରେ ଲକ୍ଷଲକ୍ଷ ନିର୍ମାଣ ଶ୍ରମିକମାନେ ଶୋଷଣର ଶିକାର ହେଉଥିବାବେଳେ ସେମାନେ ସେମାନଙ୍କ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଜୋରିଆରେ ୭ଦଫା ଦାବିପତ୍ର ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜୋରିଆରେ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମସଚିବ, ଶ୍ରମକମିଶନର, କଲ୍ୟାଣ ବୋର୍ଡର ଅଧ୍ୟକ୍ଷଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା ।
ଦାବିଗୁଡିକ ମଧ୍ୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଜୋରିଆରେ ଦିଆଯାଇଥିବା ପଞ୍ଜିକୃତ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧୫ଶହଟଙ୍କା ହିସାବରେ ୩ମାସର ଟଙ୍କା ପ୍ରଦାନ କରାଯିବା, ଯେଉଁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନେ କୌଣସି କାରଣ ବଶତଃ ରିନୁଆଲ କରି ନାହାଁନ୍ତି ସେମାନଙ୍କୁ ୧୫ଶହ ଟଙ୍କା ହିସାବରେ ୩ମାସର ଟଙ୍କା ପ୍ରଦାନ କରାଯିବା ସହିତ ୩ମାସ ମଧ୍ୟରେ ରିନୁଆଲ କରିବାପାଇଁ ସୁଯୋଗ ଦିଆଯିବା, ଯେଉଁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ବୟସ ୬୦ ବର୍ଷ ହୋଇଯାଇଅଛି ସେମାନଙ୍କୁ ୧୫ଶହଟଙ୍କା ପ୍ରଦାନ କରାଯାଉନାହିଁ, ଫଳରେ କରୋନା ମହାମାରୀ ବିପଦ ସମୟରେ ନିର୍ମାନ ଶ୍ରମିକଟି ପରିବାର ଚଳାଇବା କଷ୍ଟ ହେଉଅଛି ।
ତେଣୁ ୬୦ ବର୍ଷ ବୟସ ସୀମାକୁ କୋହଳ କରାଯାଇ କେବଳ ଆର୍ଥୀକ ସହାୟତା ସହିତ ମୃତୁ୍ୟକାଳୀନ ସହାୟତା ପ୍ରଦୋନ କରାଯିବା, ରାଜ୍ୟରେ ଯେଉଁ ନିର୍ମାଣ ଶ୍ରମିକମାନେ ପଞ୍ଜିକୃତ ହୋଇ ନାହାଁନ୍ତି, ବିଭିନ୍ନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ନିର୍ମାଣ ଶ୍ରମିକମାନଙ୍କର କାର୍ଡ ପଞ୍ଜିକୃତ ହେବା ପାଇଁ ପଡିରହିଅଛି, ତାହା ଶୀଘ୍ର ପ୍ରଦାନ କରାଯିବା ସହିତ ୧୫ଶହ ଟଙ୍କା ହିସାବରେ ୩ମାସର ଟଙ୍କା ଦେବାର ବ୍ୟବସ୍ଥା କରାଯିବା, ଯେଉଁ ନିର୍ମାଣ ଶ୍ରମିକମାନେ କୁଶଳତା ଅଭିବୃଦ୍ଧି ନିମନ୍ତେ ଲେବରନେଟ୍ ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ଟ୍ରେନିଂ ନେଇଥିଲେ, ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହିତ ସେ ସମ୍ବନ୍ଧୀୟ ୩ହଜାରଟଙ୍କା ଯଥାଶୀଘ୍ର ପ୍ରଦାନ କରାଯିବା, ଯେଉଁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା ମୃତୁ୍ୟକାଳୀନ, ଅନ୍ତେଷ୍ଟ୍ରିକ୍ରିୟା, ଦୁରାରୋଗ୍ୟ ଚିକିସôା, ବିବାହ କାର୍ଯ୍ୟ, ପ୍ରସୁତୀକାଳୀନ, ଶିକ୍ଷାବୃତ୍ତି, ସାଇକେଲ, ଯନ୍ତ୍ରପାତି, ସେପଟି, ପକ୍କାଘର ଯୋଜନା ସମ୍ବନ୍ଧୀୟ ଶ୍ରମିକମାନଙ୍କର ପ୍ରାପ୍ୟ ପାଉଣା ଯଥା ଶୀଘ୍ର ପ୍ରଦାନ କରାଯିବା, ବର୍ତ୍ତମାନ ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ଶ୍ରମବିଭାଗ ପକ୍ଷରୁ ପଞ୍ଜିକରଣ କରାଯାଇ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯିବା ଅନ୍ତର୍ଭୁକ୍ତ ଅଟେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବୋଧିରଜତ୍ ମହାନ୍ତ, ବିଏମଏସ ଜିଲ୍ଲା କୋଷାଧ୍ୟକ୍ଷ ହେମଲତା ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲା କାର୍ଯ୍ୟକର୍ତ୍ତା ହିମାଂଶୁ ଗିରି, ଗୁରୁଭା ହାଁସଦାଃ, ମେଘରାୟ ମାରାଣ୍ଡି, ଭକ୍ତବନ୍ଧୁ ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ ଓ ସୁଜିତ୍ କୁମାର ଭଞ୍ଜବାବୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।