Odisha news

ମୟୂରଭଞ୍ଜ ଜିଲ୍ଲାରୁ ୮ ନୂଆ କରୋନା ଚିହ୍ନଟ, ମହାରାଷ୍ଟ୍ର, ଦିଲ୍ଲୀ ଓ ହାଇଦ୍ରାବାଦ୍ ଫେରନ୍ତା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବୁଧୁବାର ଆଉ ୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ନୂଆ ଚିହ୍ନଟ ହୋଇଥିବା କରୋନା ରୋଗୀମାନେ ହେଲେ ଶୁଳିଆପଦା ବ୍ଲକରୁ ୭ଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୬ଜଣ ମହାରାଷ୍ଟ୍ର ଫେରନ୍ତା ଥିବାବେଳେ ଜଣେ ଦିଲ୍ଲୀ ଫେରନ୍ତା ଏବଂ ଉଦଳା ବ୍ଲକରୁ ହାଇଦ୍ରାବାଦ୍ ଫେରନ୍ତା ଜଣେ ବୋଲି ଜଣାଯାଇଛି ।

ଚିହ୍ନଟ ହୋଇଥିବା କରୋନା ରୋଗୀମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି । ଏମାନେ ସମସ୍ତେ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ । ଫଳରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂଖ୍ୟା ୩୫କୁ ଛୁଇଁ ଥିବାବେଳେ ଏମାନଙ୍କ ମଧ୍ୟରୁ ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୧ଜଣ ଏବେ ମଧ୍ୟ ଚିକିସôିତ ହେଉଛନ୍ତି ।

Leave A Reply

Your email address will not be published.