Odisha news

ଛତ୍ରପୁରରେ ବିଜୁ ବାବୁଙ୍କ ପ୍ରତିମୂର୍ତି, ଭେଣ୍ଡିଂ ଜୋନ ଉଦଘାଟିତ

0

ଛତ୍ରପୁର: ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳିଙ୍ଗର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ସୋମବାର ଉନ୍ମୋଚିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାକୁ ଉନ୍ମୋଚନ କରିବା ସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ନିକଟରେ ପ୍ରଥମ କରି ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନକୁ ମଧ୍ୟ ବିଧାୟକ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ଏନଏସିର ପ୍ରଶାସକ ଅଧିକାରୀ ତଥା ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୋଡ଼ାପଦର ସରପଂଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡି, ନରେନ୍ଦ୍ରପୁର ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ଏସ.କିଶୋର ରେଡ୍ଡି, ସରକାରୀ ଓକିଲ ମନୋଜ କୁମାର ପାଢ଼ୀ, ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, କାଳୀପ୍ରସାଦ ଦାସ, ସୁରେଶ ପଣ୍ଡା, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଶ୍ରମିକ ନେତା ଶଙ୍କର ଦାସ, ଏମ.ଗୁମ୍ମାଲି, ବି.ସିମାଦ୍ରୀ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଟି.ଚନ୍ଦ୍ରଶେଖର ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷା ପ୍ରଦୋଷ କୁମାର ବେହେରା, କିଶୋର ଚନ୍ଦ୍ର ସେନାପତି, ବି.ରାଜୁ ବାବୁ, ନାରୀନେତ୍ରୀ ସୁବର୍ଣ୍ଣବାଳା ବିଷୋୟୀ ଙ୍କ ସମେତ ସମସ୍ତ ସରପଂଚ, ସମିତିସଭ୍ୟ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଜନପ୍ରତିନିଧି ଓ ବିଜେଡିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply