Odisha news

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

0

ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଗାଁ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଶ୍ରୀଯୁକ୍ତ ଜନକ ନାଏକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ । ଘଟଗାଁ ବ୍ଲକ ଏପିଓ ପ୍ରମୋଦ କୁମାର କର,ଘଟଗାଁ ମଣ୍ଡଳ ଶିକ୍ଷାଧିକାରୀ କ୍ଷେତ୍ରମୋହନ ହାସଂଦ,ସମସ୍ତ ଗଣମାଧ୍ୟମ ପ୍ରତିନିଧି,ଶିକ୍ଷକ ଶିକ୍ଷୟତ୍ରୀ,ବୁଦ୍ଧିଜୀବି ଓ ସ୍ଥାନୀୟ ଜନସାଧାରଣ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ନେଇଥିଲେ । ଏଥିରେ ସାଧାରତନ୍ତ୍ର ଦିବସର ଚୁଡାନ୍ତ ରୁପରେଖ ପ୍ରସ୍ତୁତ ହେବା ସହ କମିଟି ମାଧ୍ୟମରେ ବିଭିନ୍ନ ଦାୟିତ୍ୱ ଅପ୍ରଣ କରାଯାଇଥିଲା । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବରେ ୧୦ରୁ ଉର୍ଦ୍ଧ ବିଦ୍ୟାଳୟ ପ୍ୟାରେଡରେ ଅଂଶ ଗ୍ରହଣ ପାଇଁ ପ୍ରସ୍ତାବ ଆଗତ ହୋଇଥିଲ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ଓ ଅପରାହ୍ନରେ ଘଟଗାଁ ପ୍ରେସ କ୍ଲବ ଓ ଅଫିସର ଟିମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ସ୍କୁଲ ଯୋଗଦେବା ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷତ୍ରୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ଶେଷରେ ସମାଜସେବୀ ସଂଞୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply