Odisha news

ଜିଲ୍ଲାର କୋଭିଡ୍ ପରିଚାଳନା ଦିଗରେ କାର୍ଯ୍ୟ କରିବା ପାଇଁ ଆସିଥିବା ୧୦ଜଣ ଓଏଏସ୍ ଓ ୩ଜଣ ଓଆରଏସ୍ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଜିଲାପାଳ

0

ଛତ୍ରପୁର  ୪/୮: ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ଦିଗରେ କାର୍ଯ୍ୟ କରିବା ପାଇଁ ଆସିଥିବା ୧୦ଜଣ ଓଏଏସ୍ ଓ ୩ଜଣ ଓଆରଏସ୍ ଅଧିକାରୀ   ଆଜି  ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲାପାଳ  ବିଜୟ ଅମୃତା କୁଲାଙ୍ଗେ ଙ୍କୁ ଭେଟି  ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି l  ସେମାନଙ୍କୁ  ଜିଲ୍ଲାପାଳ ଜିଲ୍ଲାର ସ୍ଥିତି ସଂପର୍କରେ ଅବଗତ କରାଇବା ସହ ଗାଇଡ୍ ଲାଇନ୍ ସଂପର୍କରେ ବୁଝାଇଥିଲେ ।  ମୁଖ୍ୟତଃ ସାମାଜିକ ଦୂରତା, ମାସ୍କ ପରିଧ୍ୟାନ  ଏବଂ ସାନିଟାଇଜେସନ   ଉପରେ ଏହି ଅଧିକାରୀ ମାନଙ୍କୁ ଗୁରୁତ୍ୱ ଦେବାକୁ ଜିଲାପାଳ କହିଥିଲେ l

ଛତ୍ରପୁର, ଭଂଜନଗର ଓ ବ୍ରହ୍ମପୁର ସବ ଡିଭିଜନ ଅଧୀନ ର କରୋନା ପରିଚାଳନା ରେ ଅନ୍ୟ ଅଧିକାରୀ ମାନଂକୁ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ଜିଲାପାଳ ଅଧିକାରୀ ମାନଂକୁ ଗୁରୁମନ୍ତ୍ର ଦେଇଥିଲେ l    ବର୍ତ୍ତମାନ  ଜିଲ୍ଲାରେ ପରୀକ୍ଷା ସଂଖ୍ୟା ବଢୁଥିବା ବେଳ ସଂକ୍ରମଣଙ୍କ ସଂଖ୍ୟା କମୁଛି, ପର୍ଯ୍ୟାପ୍ତ ପରିମାଣର ଭିତିଭୂମିର ମଧ୍ୟ ବିକାଶ କରାଯାଇଛି ।

ଏମକେସିଜି କୋଭିଡ୍ ହସପିଟାଲରେ ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଆସନ୍ତାକାଲି ଠାରୁ ଅଶ୍ୱିନୀରେ ମଧ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।ଅନ୍ୟ ପଟେ ଆସିକା ଏନଏସିର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ମୃତ୍ୟୁରେ ସମବେଦନା ଜଣାଇବା ସହ ତାଙ୍କ ପରିବାରଙ୍କ ସହ ଜିଲ୍ଲା ପ୍ରଶାସନ ରହିଛି ବୋଲି କହିଛନ୍ତି ।

Leave A Reply