ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଅନନ୍ତ ଚତୁର୍ଦଶୀ ପାଳିତ ହୋଇଥାଏ l ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ମଙ୍ଗଳବାର ଦିନ ଅନନ୍ତ ଚତୁର୍ଦଶୀ ପାଳିତ ହେବ l ଏହିଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚନା କରାଯାଇ ଥାଏ l ଗରୁଡ଼ ପୁରାଣ ଅନୁଯାୟୀ ଏହିଦିନ ଉପବାସ ରଖି ବ୍ରତ ବାନ୍ଧିବା ଦ୍ୱାରା ଦୁଃଖ ଓ ସଙ୍କଟ ରୁ ମୁକ୍ତି ମିଳିଥାଏ l
ଚଳିତ ଥର ଅନନ୍ତ ଚତୁର୍ଦଶୀ ରେ ଘଟୁଛି ବିଶେଷ ଯୋଗ l କାହିଁକି ନା ଏହିଦିନ ରବିଯୋଗ , ବୃଦ୍ଧି ଯୋଗ ଓ ପୂର୍ବାଭାଦ୍ରପଦ ନକ୍ଷତ୍ର ର ସଂଯୋଗ ହେବକୁ ଯାଉଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ଅନନ୍ତ ଚତୁର୍ଦଶୀ ରେ ବିଶେଷ ସଂଯୋଗ କାରଣରୁ କିଛିଟା ରାଶି ଙ୍କ ଉପରେ ରହିବ ଶୁଭ ପ୍ରଭାବ l
* ମେଷ ରାଶି :-
ଅନନ୍ତ ଚତୁର୍ଦଶୀ ରେ ମେଷ ରାଶିର ବ୍ୟକ୍ତି ଙ୍କ ପାଇଁ ଘଟୁଛି ବିଶେଷ ସଂଯୋଗ l ସମସ୍ତ କାର୍ଯ୍ୟ ରେ ଭରପୁର ସହଯୋଗ ପାଇବେ l ଆପଣଙ୍କ ର ସମସ୍ତ ଅଟକିଥିବା କାର୍ଯ୍ୟ ରେ ସଫଳତା ପାଇବେ l ଆପଣଙ୍କର ଆର୍ଥିକ ଲାଭ ହୋଇପାରେ ଏବଂ ଆପଣଙ୍କର ରାଜକୀୟ କାର୍ଯ୍ୟ ଆଡକୁ ଧ୍ୟାନ ବଢିବ l ଏବଂ ଆଜିର ଦିନରେ ଶ୍ରୀହରି ଙ୍କ ଦର୍ଶନ ଶୁଭ ଅଟେ l
* ମିଥୁନ ରାଶି :-
ମିଥୁନ ରାଶି ର ବ୍ୟକ୍ତିଙ୍କ ଭାଗ୍ୟ ରେ ଆଜିର ଦିନ ରେ ଧନ ଲାଭ ର ନୂତନ ମାର୍ଗ ଖୋଲିବ l ମନ ଉତ୍ସାହିତ ରହିବ l ନୁଆ ବନ୍ଧୁ ହେବେ ଏବଂ ବ୍ୟବସାୟ ପାଇଁ ଭଲ ସମୟ ଅଟେ l
* ତୁଳା ରାଶି :-
ତୁଳା ରାଶିର ବ୍ୟକ୍ତି ବିଷ୍ଣୁ ଙ୍କ କୃପା ସହିତ ମିଳିବ ମହାବୀର ହନୁମାନ ଙ୍କ କୃପା ଏବଂ ମାନସିକ ଉତେଜନା ରୁ ମୁକ୍ତି ପାଇବେ l ପଇସା କାହାକୁ ଉଧାର ଦେବା ଠିକ ନୁହେଁ ଆଜିର ଦିନରେ l ବ୍ୟବସାୟ ରେ ଉନ୍ନତି ହେବ ଓ ସ୍ୱାସ୍ଥ୍ୟ ଭଲ ରହିବ l
* କୁମ୍ଭ ରାଶି -:
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଶତ୍ରୁ ଉପରେ ବିଜୟ ହାସଲ କରିବେ l ଜୀବନ ସାଥି ଙ୍କ ସହଯୋଗ ପାଇବେ l କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଭଲ ରହିବ l ଶୁଭ ଖବର ପାଇବେ l