Odisha news

୨୧ ଦିନିଆ ସଙ୍ଗରୋଧ ସରିବା ପରେ ଅନ୍ତେବାସୀଙ୍କୁ ପ୍ରମାଣ ପତ୍ର ଦେଇ ଘରକୁ ପଠାଗଲା

0

ଛତ୍ରପୁର 22/5: ଲକଡାଉନ ଯୋଗୁଁ ଗୁଜୁରାଟର ସୁରଟ ସହରରେ ଫସିରହିଥିବା ଶ୍ରମିକମାନେ ଭିଟାମାଟିର ମୋହ ଛାଡ଼ି ନପାରି ନିଜ ଖର୍ଚ୍ଚରେ ବସ ଓ ଟ୍ରେନ ଯୋଗେ ଗଞ୍ଜାମ ଜିଲ୍ଲାର ହଜାର ହଜାର ପ୍ରବାସୀ ଜିଲ୍ଲାକୁ ଆସିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକର ସଙ୍ଗରୋଧ ଗୃହରେ ରଖିଥିଲେ । ସେମାନଙ୍କ କ୍ୱାରେଂଟାଇନ କେନ୍ଦ୍ରରେ ୨୧ ଦିନିଆ ରହଣୀ ପୂରଣ ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବସ୍ ଯୋଗେ ସେମାନଙ୍କ ଘରେ ପହଂଚାଇ ଦିଆଯାଉଛି ।

ଏହାସହିତ ସେମାନଙ୍କୁ ସ୍ୱାସ୍ଥ୍ୟ କର୍ମୀ ସାଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି । ସେମାନେ ହୋମ କ୍ୱାରେଂଟାଇନରେ ୧୪ ଦିନ ରହିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୮ରେ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଶେରଗଡ଼ ବ୍ଲକର ୧୧୮, ଧରାକୋଟ ବ୍ଲକର ୧୧୨, ରଙ୍ଗେଇଲୁଣ୍ଡା ବ୍ଲକର ୬ ଜଣଙ୍କୁ ସାଟିଫିକେଟ ପ୍ରଦାନ କରି ନିଜ ନିଜ ଘରକୁ ପଠାଯାଇଛି ।

ସେହିପରି ଜିଲ୍ଲା ଓ ସଦରମହକୁମା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରେଂଟାଇନ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କ ୨୧ ଦିନିଆ କ୍ୱାରେଂଟାଇନ ଅବଧି ଶେଷ ହୋଇଥିବାରୁ ସେମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ସାଟିଫିକେଟ ପ୍ରଦାନ କରି ଘରକୁ ପଠାଯାଇଛି । ଏହାସହିତ ୧୪ ଦିନିଆ ହୋମ କ୍ୱାରେଂଟାଇନରେ ରହିବାକୁ କୁହାଯାଇଛି । ଗତକାଲି ସୁଦ୍ଧା ଛତ୍ରପୁର ବ୍ଲକ ପକ୍ଷରୁ ୫୨୩ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ୨୧ ଦିନିଆ ଅବଧି ଶେଷ ହୋଇଥିବାରୁ ନିଜ ନିଜ ଘରକୁ ପଠାଯାଇଛି । ଆଜି ସ୍ଥାନୀୟ  ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ୟୁପି ସ୍କୁଲର ୫୫, ଗୋବା କ୍ୱାରେଂଟାଇନରେ କେନ୍ଦ୍ରରେ ୮୩ ଜଣ ଅନ୍ତେବାସୀଙ୍କ ୨୧ ଦିନିଆ ଅବଧି ଶେଷ ହେବା ପରେ ସେମାନଙ୍କୁ ପ୍ରମାଣ ପତ୍ର ଦେଇ ଛତ୍ରପୁର ତହସିଲଦାର ନିଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ମ୍ୟୁନିିଷିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଡା.ଚନ୍ଦ୍ରଶେଖର ମିଶ୍ର,  ଡା. ତପସ୍ୱିନୀ ପାତ୍ର ପ୍ରମୁଖ ଉପସ୍ଥିତିରେ ପଠାଯାଇଛି ।

Govt
Leave A Reply