Odisha news

ୱାର୍ଡ କୁ ୱାର୍ଡ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ, ମାଆ ଦେଉଛନ୍ତି ଗୁଆ, ଚାଉଳ, ସବୁଠି ଜଗନ୍ନାଥ ମୟ ପରିବେଶ, ୱାର୍ଡ ନଂ ଆଠ ରେ ଅର୍ପଣ ରଥ କୁ ଭଵ୍ୟ ସମ୍ବର୍ଧନା 

0
ଛତ୍ରପୁର, ୮ /୧ : ଆଉ ମାତ୍ର କେଇଟା ଦିନପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ  । ପ୍ରାଣର ଠାକୁର କାଳିଆ ସାଆଁନ୍ତଙ୍କ ପବିତ୍ର କାର୍ଯ୍ୟରେ ସାମିଲ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ଥିବା ଅଭିଳାଷକୁ  ଅବିଳମ୍ବେ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ସହର ଓ ଗାଁ ବୁଲି ଗୁଆ, ଚାଉଳ ସଂଗ୍ରହ ହେଉଛି । ସୁବଠି ଗଡିଛି ଜୟ ଜଗନ୍ନାଥ ଅର୍ପଣ ରଥ,  ସବୁଠି ସୃଷ୍ଟି ହୋଇଛି ଜଗନ୍ନାଥମୟ ପରିବେଶ । ଆସନ୍ତା ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । ଆଜିଠୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏନଏସି ପକ୍ଷରୁ ଗଡିଛି ଜୟ ଜଗନ୍ନାଥ ଅର୍ପଣ ରଥ । ପ୍ରତି ଘରୁ ସଂଗ୍ରହ କରାଯାଉଛି ଗୁଆ, ଅରୁଆ ଚାଉଳ । ସ୍ଥାନୀୟ ତାଡେ଼ପଲ୍ଲୀ ସାହି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏହି ରଥ କୁ ପୂଜାର୍ଚନା କରାଯାଇଥିଲା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରଥମେ ନଡ଼ିଆ ଭାଙ୍ଗି ଉଦଘାଟନ କରିବା ସହିତ ନିଜେ ଘର କୁ ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିଥିଲେ । ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ଯୋଡି ଶଙ୍ଖ ସହ ସଙ୍କୀର୍ତ୍ତନ ମାଧ୍ୟମରେ ଏହି ରଥ ବୁଲିବା ଆରମ୍ଭ କରିଥିଲା ।  ପରେ ଛତ୍ରପୁର ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ଓ ୮ ର ଘର କୁ ଘର ବୁଲି ଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗୁଆ ଚାଉଳ ସଂଗ୍ରହ କରଯାଇଥିଲା, ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ୮ ନଂୱାର୍ଡ  କାଉନସିଲର କେ. ରମେଶ ଙ୍କ ସଂଯୋଜନା ରେ ଜୟ ଜଗନ୍ନାଥ ଅର୍ପଣ ରଥ କୁ ଭଵ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଡୁଡା ପିଡି ନୀଳ ମାଧବ ଭୋଇ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ଇଓ ସମ୍ବିତ ସଂଗ୍ରାମଜୀତ ସାହୁ, କାଉନସିଲର କେ. ରମେଶ,ୱାଣି ସେନାପତି, ଦେବାଶିଷ ମିଶ୍ର, ପ୍ରୀତି ଛନ୍ଦା ସାମଲ, ଟି. ଗଣେଶ ରେଡ୍ଡୀ, ଅମରେଶ ମହାରଣା, ବି. ନିଶ୍ଚଳା, ଡି. ଇନ୍ଦୁଙ୍କ ସମେତ  ସମସ୍ତ କାଉନସିଲର, ପୂର୍ବତନ କାଉନ ସିଲର ବି. ରାଜୁବାବୁ, କିଶୋର ସେନାପତି, ଅଟଳ ବିହାରୀ ପଟ୍ଟନାୟକ, ସନମୁଖ ପଟ୍ଟନାୟକ, ପ୍ରଦୋଷ କୁମାର ବେହେରା ଙ୍କ ସହ  ଏନଏସି ର ସମସ୍ତ କର୍ମଚାରୀ ଏବଂ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ, ସେହିପରି ଛତ୍ରପୁର ବ୍ଲକ ପକ୍ଷରୁ ଅଗସ୍ତିନୂଆଗାଁ, ବିପୁଳିଙ୍ଗି ଓ ପୋଟଲାମପୁର ପଂଚାୟତ ର ଘର କୁ ଘର ଜୟ ଜଗନ୍ନାଥ ଅର୍ପଣ ରଥ ବୁଲି ଭକ୍ତଙ୍କ ଠାରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଥିଲା l
Leave A Reply