Odisha news

ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ବିୟୋଗରେ ଶୋକ ସଭା

0

ଛତ୍ରପୁର,  ୩୦।୭   : ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକା ର  ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ତଥା ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ  ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ (୮୧) ଙ୍କ ଗୁରୁବାର  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ସ୍ଥିତ କଳା ବିକାଶ କେନ୍ଦ୍ର ପରିସରରେ ଏକ ଶୋକ ସଭା ବରିଷ୍ଠ ବିଜେଡି ନେତା ବିଶ୍ଵନାଥ ସାହୁଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସେ  ଛତ୍ରପୁର କଳା ବିକାଶ କେନ୍ଦ୍ର ର ଉପସଭାପତି ଏବଂ ଜଣେ ଅବସରପ୍ରାପ୍ତ ବରିଷ୍ଠ ଭୁ-ଅର୍ଜନ ବିଭାଗର ଜଣେ ପ୍ରଶାସନିକ ଅଧିକାରୀ  ମଧ୍ୟ ଥିଲେ l ତାଙ୍କ ବିୟୋଗରେ ସମଗ୍ର ଅଂଚଳ ରେ ଶୋକଛାୟା ଖେଳିଯାଇଛି,ଏହି ଅଵସର ରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ସାମାଜିକ କର୍ମୀ ଅରୁଣ କୁମାର ଶତପଥି,  ନୃତ୍ୟ ଗୁରୁ ଅଳକା ସାହୁ,ଏ. ରବଣା ରାଓ, କୃଷ୍ଣ ମହାରଣା, ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି ଓ ସୁମା ଦାସ,ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ,ରବୀନ୍ଦ୍ର ସାହୁ, ବାପି ବେହେରା, ରମେଶ ପଟ୍ଟନାୟକ, ବସନ୍ତ କୁମାର ମହାପାତ୍ର ଙ୍କ ସମେତ ବହୁ ନୃତ୍ୟକାର, କଳାକାର, ସମାଜ ସେବୀ, ବୃଦ୍ଧିଜୀବି, କଳା ବିକାଶ କେନ୍ଦ୍ର ର ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ରାଜନୈତିକ ବ୍ୟକ୍ତି ମାନେ ଯୋଗଦେଇ ସ୍ବର୍ଗତ ତ୍ରିପାଠୀଙ୍କ ଗୁଣଗାନ କରିବା ସହିତ ତାଙ୍କ ର ଅମର ଆତ୍ମାସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l

Leave A Reply