Odisha news

ଛତ୍ରପୁର ସାହିତ୍ୟ ସଂସଦ ଓ ସକାଳ ପରିବାର ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ଡ.ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ସ୍ମୃତି ସଭା (

0
ଛତ୍ରପୁର,୬/୭:   ବିଶିଷ୍ଟ ସାମ୍ବାଦିକ ତଥା ଦୈନିକ ‘ସକାଳ ବ୍ରହ୍ମପୁର ସଂସ୍କରଣର ପୂର୍ବତନ ମୁଖ୍ୟ ଡ଼ଃ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଛତ୍ରପୁର ସାହିତ୍ୟ ସଂସଦ ଏବଂ “ସକାଳ “ପରିବାର ପକ୍ଷରୁ ଏକ ସ୍ମୃତି ସଭା ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ କଲେଜ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,ଦୈନିକ ସକାଳ ଖବର କାଗଜ ର ଦକ୍ଷିଣ ଓଡିଶା ସଂସ୍କରଣ ର ମୁଖ୍ୟ ଶକ୍ତିଧର ରାଜଗୁରୁ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ  ଓ ଏନ. ନାରାୟଣ ରେଡ୍ଡୀ,ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ପିଏନ ୟୁଏ କଲେଜ ର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ଦାଶ, ପ୍ରାଧ୍ୟାପକ ଡ଼ଃ ଭି. ରାଜେନ୍ଦ୍ର ରାଜୁ, ଛତ୍ରପୁର ସାହିତ୍ୟ ସଂସଦ ସମ୍ପାଦକ ଦିଲ୍ଲୀପ କୁମାର ପଲାଇ, ଛତ୍ରପୁର ପ୍ରେସ କ୍ଳବ ର ସଭାପତି ତଥା ସକାଳ ର ପ୍ରତନିଧି ପ୍ରଶାନ୍ତ କୁମାର ମହାରଣା, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ସରକାରୀ ଓକିଲ ସୁରେଶ କୁମାର ପଣ୍ଡା, ମନୋଜ କୁମାର ପାଢ଼ୀ, ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ. ଗୋପାଳ ରାଓ, ଆଇନଜୀବି ପଦ୍ମ ଚରଣ ସାହୁ,ପି. ଧର୍ମା ରେଡ୍ଡୀ ଓ ସମୀର କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ସେକ୍ସନ ଅଫିସର କବି ପ୍ରଶାନ୍ତ କୁମାର ଶତପଥି, ରୁଷି କୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ,ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଏସ. ତ୍ରିନାଥ ରେଡ୍ଡୀ, ବିଜେଡି ନଗର ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ର ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସଭାପତି ସନମୂଖ ପଟ୍ଟନାୟକ,ବିଜେପି କଣମଣା ମଣ୍ଡଳ ସଭାପତି ଏନ. ଦିନ ବନ୍ଧୁ,ୟୁଥ ମାସ ସେବା ସଂଘ ସମ୍ପାଦକ ସୟଦ ମୁକ୍ତାର,ଯୁବ ଜ୍ୟୋତିଷ୍କ ଦୀପକ ଦାଶ, ଅଵସରପ୍ରାପ୍ତ ଶିକ୍ଷକ ସୋମନାଥ ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠି, ଗାୟତ୍ରୀ ମହାନ୍ତି, ରାଜେଶ ସାହୁ, ଶିକ୍ଷକ ନେତା ରବି ନାରାୟଣ ବେହେରା, ଛତ୍ରପୁର ସାମ୍ବାଦିକ ସଂଘର ଉପଦେଷ୍ଟା ରବିନ୍ଦ୍ର ନାଥ ପଣ୍ଡା, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, କାର୍ଯ୍ୟକାରୀ ସଭ୍ୟ ତଥା ସକାଳ ର ଫୋଟ ସାମ୍ବାଦିକ ସନ୍ତୋଷ କୁମାର ସାହୁ, ସକାଳ ର ଏଜେଣ୍ଟ କେ. ରମେଶ ଙ୍କ ସମେତ ବହୁ ବୁଦ୍ଧିଜୀବି ମାନେ ଯୋଗଦେଇ ଡ଼ଃ ଜଗନ ମୋହନ ମହାପାତ୍ର ଙ୍କ ଗୁଣ ଗାନ କରିଥିଲେ l ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଜିତ ସେଠି ବିଭୁ ବନ୍ଦନା ଗାନ କରିଥିଲେ l ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ଡ଼ଃ. ଜଗନ ମୋହନ ମହାପାତ୍ର ଙ୍କ ଅକାଳ ବିୟୋଗରେ ସମସ୍ତ ଅତିଥି ଓ ଉପସ୍ଥିତ ସଦସ୍ୟ ଓ ଜନ ସାଧାରଣ ମାନେ ସ୍ବର୍ଗତ ମହାପାତ୍ର ଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ସ୍ବର୍ଗତ ମହାପାତ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ, ସେ ଖବରକାଗଜ ମାଧ୍ୟମରେ  ସବୁବେଳେ
ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ନାନାବିଧ ସମସ୍ୟାଳୁ ବିଭିନ୍ନ ସ୍ତରରେ ପଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ମଧ୍ୟ ବିଧାୟକ ଶ୍ରୀ ବେହେରା କହିଥିଲେ। ସେ ମଧ୍ୟ ସାମ୍ବାଦିକତା ପ୍ରତି ଆଗ୍ରହ ରଖୁଥିବା ସୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବେହେରା କହିଥିଲେ । ସାମ୍ବାଦିକତା ବ୍ୟତୀତ ଜଣେ ଉଚ୍ଚକୋଟିର ଅଭିନେତା, ନିର୍ଦ୍ଦେଶକ ଓ ଲୋକ ଭାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ଏଭଳି ଅସମୟରେ ଜିତୁ ଭାଇ ଙ୍କ ବିୟୋଗ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଦୈନିକ ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଶ୍ରୀ ରାଜଗୁରୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶେଷରେ ଛତ୍ରପୁର ସାହିତ୍ୟ ସଂସଦ ସମ୍ପାଦକ ଦିଲ୍ଲୀପ କୁମାର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ଛତ୍ରପୁର ସକାଳ ର ପ୍ରତନିଧି ପ୍ରଶାନ୍ତ କୁମାର ମହାରଣା, ଫୋଟ ସାମ୍ବାଦିକ ସନ୍ତୋଷ କୁମାର ସାହୁ ଓ ଏଜେଣ୍ଟ କେ ରମେଶ ସହଯୋଗ କରିଥିଲେ
Leave A Reply