Odisha news

କରପଡାରେ ବଜାର ଗୃହ ଓ ଲାଇବ୍ରେରୀ ଗୃହ ଉଦଘାଟନ

0

ଛତ୍ରପୁର ୨୭/୬ : ଛତ୍ରପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଗଂଜାମ ବ୍ଲକର କରପଡା ଗ୍ରାମ ପଞ୍ଚାୟତ ପକ୍ଷରୁ ମଙ୍ଗଳବାର ଏକ ଲାଇବ୍ରେରୀ ଗୃହ ଏବଂ ବଜାର ଗୃହ ର ଶୁଭ ଉଦଘାଟନ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମିଳିତ ଭାବେ ଉଦଘାଟନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, କରପଡା ସରପଞ୍ଚ ଅଜୟ କୁମାର ନାୟକ, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତବାସୀ ଏବଂ କରପଡା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣ ମାନେ ଉପକୃତ ହୋଇପାରିବେ ।

Leave A Reply