Odisha news

ଛତ୍ରପୁର ସହରର ପ୍ରଥମ ‘ସିବିଏସ୍‌ଇ’ ଅନୁବନ୍ଧିତ ୟୁରୋ ସ୍କୁଲ ୧ମରୁ ୧୦ମ ଶ୍ରେଣୀ ଅଧ୍ୟୟନ ପାଇଁ ସ୍ୱୀକୃତିପ୍ରାପ୍ତ

0
ଛତ୍ରପୁର,୬/୪ : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ୟୁରୋ ସ୍କୁଲ’ ଇତିହାସ ରଚିଛି । ଛତ୍ରପୁର ସହରର ଏହି ଅନୁଷ୍ଠାନ ପ୍ରଥମ କରି ୧ମରୁ ୧୦ମ ଶ୍ରେଣୀ ଅଧ୍ୟୟନ ଲାଗି ସିବିଏସ୍‌ଇ ବୋର୍ଡ(ଦିଲ୍ଲୀ)ରୁ ସ୍ୱୀକୃତି ପାଇଛି । ସିବିଏସ୍‌ଇ ପ୍ୟାଟେନ୍‌ରେ ପିଲାଙ୍କୁ ଅଧ୍ୟୟନ କରୁଥିବା ଅଭିଭାବକମାନଙ୍କ ମହଲରେ ଉତ୍ସାହ ଦେଖାଦେଇଛି । ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ସ୍ୱୀକୃତିପ୍ରାପ୍ତ ସହରରେ କୌଣସି ସ୍କୁଲ ନଥିବା ନେଇ ଛତ୍ରପୁର ସହର ଏବଂ ଆଖପାଖ ଅଞ୍ଚଳ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପୂର୍ବରୁ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ବର୍ତ୍ତମାନ ଦୂରୀଭୂତ ହୋଇଛି । ୧ମରୁ ୧୦ମ ଶ୍ରେଣୀ ଅଧ୍ୟୟନ ଲାଗି ସିବିଏସ୍‌ଇ ବୋର୍ଡ(ଦିଲ୍ଲୀ)ରୁ ୟୁରୋ ସ୍କୁଲକୁ ଅନୁମତି ମିଳିବା ପରେ ସହରରେ ଏକ ପ୍ରକାର ଖୁସିର ମାହଲ ଦେଖାଦେଇଛି ।
୨୦୧୮ ମସିହା ଠାରୁ ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ଢ଼ାଞ୍ଚାର ଛତ୍ରପୁର ସହର ଏବଂ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଧୁନିକୀକରଣ ଶିକ୍ଷା ଓ ଶାରୀରିକ ଜ୍ଞାନ କୌଶଳ ଦିଗରେ ବେଶ୍ ପାରଦର୍ଶିତା ଦେଖାଇ ଅନୁଷ୍ଠାନ ଲୋକପ୍ରିୟତା ହାସଲ କରିପାରିଛି । ଉତ୍ତମ ଶିକ୍ଷା ଓ ପରିଚାଳନା ସହିତ କରୋନା ମହାମାରୀ ସମୟରେ ପ୍ରଥମ ଥର ପାଇଁ ଏହି ଅନୁଷ୍ଠାନ ଅନଲାଇନ୍‌୍ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଥିବାରୁ କାଇଟସ୍ ପ୍ରଡକ୍ସନ୍ ସଂସ୍ଥା ପକ୍ଷରୁ ଅନୁଷ୍ଠାନକୁ‘ଏସିଆନ୍ ଏଜୁକେସନ୍ ୨୦୨୦’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
୨୦୨୦-୨୧ ଶିକ୍ଷାବର୍ଷରେ ଲାଇଫ୍ ସ୍କିଲ୍‌, ଡିଜିଟାଲ ଏଜୁକେସନ ତଥା ସ୍ମାର୍ଟ କୋଚିଂ, ଲାଇବ୍ରେରି, ସ୍ମାର୍ଟ କ୍ଲାସ୍‌, ମୌଖିକ ଶିକ୍ଷା ଶୈଳୀ, କମ୍ୟୁନିକେସନ୍ ସ୍କିଲ୍‌, ଗ୍ରୁପ୍ ଆଲୋଚନା, ପିକ୍‌ଚର ଆପ୍ରିସିଏସନ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମକୁ ପରିମାପକ କରି ବେଙ୍ଗାଲୁରୁ ଇମେଜ୍ ପ୍ଲାନେଟ୍ ସଂସ୍ଥା ତରଫରୁ ଏହି ଅନୁଷ୍ଠାନ ଶ୍ରେଷ୍ଠ ଏମର୍ଜିଂ ପ୍ରାଇମେରି ସ୍କୁଲ୍ ଇନ୍ ଛତ୍ରପୁର ନାମରେ ପୁରୁସ୍କୃତ ହୋଇଛି ।
ଏହାସହ ଏହି ଅନୁଷ୍ଠାନକୁ ଦୁଇ ଦୁଇ ଆଇଏଏସ୍ ଅଫିସର ତଥା ଗଞ୍ଜାମ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ତତ୍କାଲୀନ ପିଡି ଶିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଦୁଇ ଆଇପିଏସ୍ ଅଫିସର ତତ୍କାଳୀନ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏ ଏବଂ ବର୍ତ୍ତମାନର ଗଞ୍ଜାମ ଏସ୍‌ପି ଜଗମୋହନ ମିନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡା.ସୁବାସ ଚନ୍ଦ୍ର ପରିଡା, ଭାରତୀୟ ସେନାବାହିନୀର ବୀରଚକ୍ର ପୁରସ୍କାରପ୍ରାପ୍ତ କର୍ଣ୍ଣଲ ଦୀପକ ରାମପାଲ୍‌, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଉଚ୍ଚପଦଦସ୍ଥ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧୀଜୀବୀମାନେ ଅନୁଷ୍ଠାନକୁ ପରିଦର୍ଶନ କରି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ସହାୟକ ହେଉଥିବା ନେଇ ଅନୁଷ୍ଠାନକୁ ଭୂୟଶ୍ରୀ ପ୍ରଶଂସା କରିଛନ୍ତି ।
ବର୍ତ୍ତମାନ ସ୍ଥିତିରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଅଧ୍ୟୟନ ଲାଗି ସିବିଏସ୍‌ଇ ଅନୁବନ୍ଧିତ ଏହି ୟୁରୋ ସ୍କୁଲ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପୂର୍ବରୁ ଯେଉଁ ଅନ୍ତର୍ଜାତୀୟ ଢ଼ାଞ୍ଚାରେ କାର୍ଯ୍ୟ କରୁଥିଲା ତାହାକୁ ବଜାୟ ରଖିବା ସହ ଆହୁରି ଉନ୍ନତଧରଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସହିତ ବୌଦ୍ଧିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟକରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
Leave A Reply