Odisha news

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ଓ ମନ୍ଦିରର ଦ୍ଵାଦଶତମ ବାର୍ଷିକୋତ୍ସବ ମହାସମାରୋହ ପାଳିତ

0

ଛତ୍ରପୁର,25/12 : ଛତ୍ରପୁର ସତସଙ୍ଘବିହାର ପରିସରରେ ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ବିଧିବଦ୍ଧ ଭାବେ ରବିବାର ଅନୁଷ୍ଠିତ ହୋଇଯାଇଛି । ଠାକୁର ଅବସ୍ଥାନ କରିଥିବା ଶ୍ରୀମନ୍ଦିରର ଦ୍ଵାଦଶତମ ବାର୍ଷିକୋତ୍ସବ ସହ ମହାସମାରୋହ ପାଳିତ ହୋଇଯାଇଛି । ରବିବାର ପ୍ରାତଃରେ ଉଷା କୀର୍ତ୍ତନ, ପୂର୍ବାହ୍ନରେ ଠାକୁରଙ୍କୁ ସୁସଜ୍ଜିତ ରଥ ବିମାନରେ ବସାଇ ନଗର କୀର୍ତ୍ତନ ଆଦି ସମାପନ ହୋଇଯାଇଛି । ଏହି ଅବସରରେ ସତସଙ୍ଘବିହାର ପରିସରରେ ପରିଚାଳକ ଚିନାରୀ ଜୟ ପ୍ରକାଶ ପାତ୍ର ଙ୍କ ପୌରହିତ୍ୟରେ ଭଜନ ସମାରୋହ ଓସାଧୁସନ୍ଥମାନଙ୍କ ଦ୍ୱାରା ଆଶୀର୍ବଚନ ପ୍ରଦାନ ଏବଂ ଆଧ୍ୟାତ୍ମିକ ବାଣୀ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଯୁବନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ, ଡ଼ଃ ବିନାୟକ ମହାପାତ୍ର, ଶ୍ରୀଧର ସୁନ୍ଦର ମିଶ୍ର, ଡ଼ଃ ହରପ୍ରସାଦ ସାହୁ, ଡ଼ଃ ବିଜୟ ଚନ୍ଦ୍ର ପଣ୍ଡା, ଇଂ ଆଶିଷ ଚନ୍ଦ୍ର ସୁବୁଦ୍ଧି, ବି ପାରସେୟା, ଅଭୟ କୁମାର ପରିଡା ଙ୍କ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ l  ସତସଙ୍ଘବିହାରରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ, ଜ୍ଞାନମେଳାରେ ମୁଖରୀତ ସୃଷ୍ଟି କରି ନୂତନବର୍ଷ ନିମନ୍ତେ ନୂଆଁ ଭକ୍ତିଭାବନାର ନୂତନ ସଞ୍ଚାର ଆଣିଦେଇଛି । ମଧ୍ୟାହ୍ନରୁ ଆନନ୍ଦବଜାର ଆରମ୍ଭ ହୋଇଥିଲା । ଛତ୍ରପୁରସ୍ଥ ସତସଙ୍ଘବିହାରରେ ପରମପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ସମାରୋହ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ  ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଭକ୍ତିଭାବାପନ୍ନରେ ସ୍ଥାନଟି ସଞ୍ଚାରିତ କରିଥିଲା ।

Leave A Reply