ଛତ୍ରପୁର ୧୩/୧୦ : ବିଶ୍ୱ ଦୃଷ୍ଟି ଦିବସ ଅବସରରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁ ର ଯତ୍ନ ନେବା ସହିତ ଚିକିତ୍ସା ନିମନ୍ତେ ସହାୟତା ଉପରେ ଏହି ରାଲି ମାଧ୍ୟମରେ କ୍ଲବର ସଦସ୍ୟ ମାନେ ଆଖିରେ କଳା ପଟି ବାନ୍ଧି ଜନ ସାଧାରଣ ମାନଙ୍କୁ ବିଭିନ୍ନ ସଚେତନତା କରିଥିଲେ । ପ୍ରାରମ୍ଭରେ ଏହି ରାଲି ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବା ସହିତ ଏହି ରାଲିରେ କିଛି ସମୟ ପର୍ଯ୍ୟନ୍ତ ନିଜେ ସାମିଲ୍ ହୋଇ ଲୋକଙ୍କୁ ସଚେତନତା କରାଇଥିଲେ । ପରେ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରକୁ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଉଦଘାଟନ କରି ରୋଗୀ ମାନଙ୍କୁ ଉଚିତ୍ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଛତ୍ରପୁର ରୋଟାରୀ କ୍ଲବର ସଭାପତି ଏମ. ଧନଞ୍ଜୟ ରେଡ୍ଡୀ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରାମର୍ଶ ଦାତା ବି. ଶ୍ରୀନିବାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଦୁଇଟି କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଇଓ ଜେ. ବାବୁ , କ୍ୟାମ୍ପ ମ୍ୟାନେଜେର ନଳିନୀ କାନ୍ତ ରାଉତ, ଛତ୍ରପୁର ରୋଟାରୀ କ୍ଲବର ସମ୍ପାଦକ ଇ. ନାଗେଶ୍ୱର ରାଓ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର . ଛତ୍ରପୁର ଏସଡିଜେଏମ କୋର୍ଟର କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ସରକାରି ଓକିଲ ମନୋଜ କୁମାର ପାଢୀ, ଛତ୍ରପୁର ପ୍ରସ୍ କ୍ଲବ ର ସଭାପତି ପ୍ରଶାନ୍ତ କୁମାର ମହାରଣା, ଯୁବନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ, ରୋଟାରିୟାନ ଏସ୍. ରେଖା ମହାନ୍ତି, ସ୍ୱାଗତିକା ସାମନ୍ତରାୟ, ସୁରଜିତ ସାମନ୍ତରାୟ, ସ୍ମରଣିକା ପଲାଇଙ୍କ ସମେତ ବହୁ ରୋଟାରୀ କ୍ଲବର ସଦସ୍ୟ, ଶଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଂଚଳର ବହୁ ବୁଦ୍ଧିଜିବୀ ମାନେ ସାମିଲ୍ ଥିଲେ ।
