ବ୍ରହ୍ମପୁର,ତା ୧୩।୧୦. ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ୩୭ ନମ୍ବର ୱାଡର ଗୌଡବନ୍ଧ ସାହି ପୋଖରୀ ହିଡ ରେ ଦୀର୍ଘ ଦିନ ଧରି ବସବାସ କରୁଥିବା ୧୦୮ ପରିବାର କୁ ଗତକାଲି ଉଛ୍ୟଦ କରିଥିଲେ। ଏହା ର ପ୍ରତିବାଦରେ ଆଜି ସନ୍ଧ୍ୟାରେ ମହାନଗର ନିଗମର କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆମେ ମରିଯୁବୁ ପଛେ ସେଠାରୁ ହଟିବୁ ନାହିଁ ବୋଲି ବହୁ ମହିଳା କହିଛନ୍ତି।
ମହାନଗର ନିଗମ ପକ୍ଷରୁ ଉଛ୍ୟଦ ବସ୍ତିବାସିନ୍ଦା ଙ୍କୁ ଥଇଥାନ କରିବାକୁ ୪୦ଟି ଆବାସ ଯୋଜନା ଯୋଗାଇ ଦେବା ପାଇଁ କହିଛନ୍ତି। ହେଲେ ଅନ୍ୟ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ମହାନଗର ନିଗମ ପକ୍ଷରୁ ତୁରନ୍ତ ଏହାକୁ ସମାଧାନ କରିବା ପାଇଁ ଦାବି କରି ଛନ୍ତି। ଜାତୀୟଗ୍ରୀନ୍ ଟିଚୁନାଲ (ଏନଜିଟି) ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଖରୀ କଡ଼ରେ ବସ୍ତି ଅଞ୍ଚଳ ଉଛେଦ କରିବା।ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ଅନେକ ପୋଖରୀ ହିଡ ରେ ଥିବା ବସ୍ତିକୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ହୋଇ ଥିବା ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସରେ ଘର ଯୋଗାଇ ଦିଆଯାଉଛି। ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ସାହି ବସ୍ତିରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏଠାରେ ରହିଥିବା ସମୁଦାୟ ୧୦୮ ଘର ଉଚ୍ଛେଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୨ ପରିବାର କୁ ନେହୁର ନଗର ସ୍ଥିତ ରାଜୀବ ଆବାସ ଆପାର୍ଟ ମେଣ୍ଟରେ ଘର ଯୋଗାଇ ଦିଆଯାଇଥିବା ବେଳେ ଆଉ ୨୬ ପରିବାରଙ୍କୁ ଆଇନାବନ୍ଧ ସାହିସ୍ଥିତ ଆପାର୍ଟମେଣ୍ଟ ରେ ଅଇଥାନ କରାଯାଉଛି ବୋଲି ବିଏଏମସି ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନା ଥାଉକି,ଗତକାଲି
ଲାଞ୍ଜିପଲ୍ଲୀ ଗୌଡବନ୍ଧ ସାହି ଉଛ୍ୟଦ ବେଳେ ଅପ୍ରୀତି କର ପରିସ୍ଥିତି ଉପୁଜିବା ଆଶଙ୍କା କରି ବ୍ୟାପକପୁଲିସ ମୁତୟନ କରାଯାଇଥିବା ବେଳେ ନିଗମ ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଏନ୍ଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ଓ ମାକ୍ରିଷ୍ଟେଟ ଦାୟିତ୍ଵରେ ସହକାରୀ ଜିଲ୍ଲାପାଳ ବିନୋଦ ବେହେରା, ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଶୁକ୍ଳ ପ୍ରସାଦ କାନୁନଗୋଙ୍କ ଉପସ୍ଥିତି ରେ ଉଚ୍ଛେଦ କରାଯାଇଥିଲା। ଗତ ୩୫ବର୍ଷ ଧରି ଗୌଡ଼ବନ୍ଧ ସାହି ବାସିନ୍ଦା ରହିଆସୁଥିଲେ। ପୂର୍ବରୁ ସାହି ବାସିନ୍ଦା ଏହାକୁ ପ୍ରବଳ ବିରୋଧ କରିଥିଲେ। ବାରମ୍ବାର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଗୁହାରି କରି କିଛି ପରିବାରକୁ ରାଜୀବ ଆବାସରେ ଘର ମିଳି ନ ଥିବା ସେତେବେଳ ଅଭିଯୋଗ କରିଥିବା ବେଳେ ଆଜି ମଧ୍ୟ ସେହି ଅଭିଯୋଗ କରିଛନ୍ତି।
