୨ ଦମ୍ପତ୍ତିଙ୍କ ସମେତ ୬ଜଣ ପଜିଟିଭ୍ ଚିହ୍ନଟ : ଛତ୍ରପୁର ମେଡିକାଲ ପରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛୁଇଁଲା କରୋନା
ଛତ୍ରପୁର,୫/୭ : ଗତଦୁଇଦିନ ତଳେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଜଣେ ମହିଳା କର୍ମଚାରୀ କୋରାନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣେ କର୍ମଚାରୀ ତଥା କୋଭିଡ ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାସହ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ତେବେ ଛତ୍ରପୁର ବ୍ଲକ ଓ ଏନଏସି ରୁ ରବିବାର ୨ ଜଣ ଦମ୍ପତ୍ତିଙ୍କ ସମେତ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧୀନ ରଘୁନାଥପୁର ଗାଁର ଗୋଟିଏ ଦମ୍ପତ୍ତି ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜଣ ଦମ୍ପତ୍ତି ତଥା ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ତଥା ସ୍ୱାମୀ କୋଭିଡ୍ ଯୋଦ୍ଧା ଏବଂ ପତ୍ନୀ ସଂକ୍ରମିତ ହୋଇଛନ୍ତି । ସେହିପରି ଛତ୍ରପୁର ସହରକୁ ସଂଲଗ୍ନ ଥିବା ଗୋଟିଏ ଇଲାକାରୁ ଜଣେ ୧୧ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିବା ବେଳେ ଛତ୍ରପୁର ମେଦିକାଲ ନିକଟ ନର୍ସ କଲୋନୀରୁ ମଧ୍ୟ ଜଣେ ଯୁବକଙ୍କ ପଜିଟିଭ ଚହ୍ନଟ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ୨ ଜଣ ଦମ୍ପତ୍ତିଙ୍କ ସମେତ୬ ଜଣଙ୍କୁ ଟାଟା କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଇଲାକାକୁ କଟାକଣା ଜାରି ରଖିଛନ୍ତି ।
ସେହିପରି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬ ଦିନିଆ ସଟ୍ଡାଉନ୍ର ଅନ୍ତିମ ଦିବସରେ କେବଳ ଔଷଧ ଦୋକନାକୁ ବାଦ୍ ଦେଇ ବାକି ଦୋକାନବଜାର ସବୁ ବନ୍ଦ ରହିଛି । ଏହାସହ ଛତ୍ରପୁର ସହରକୁ ବାହାର ଅଞ୍ଚଳରୁ ଅଣପ୍ରବେଶ ଏବଂ ଯାନବାହନକୁ କଟକଣା ପାଇଁ ଡିଆରଡିଏ ଛକ ବ୍ୟତିତ ଅନ୍ୟ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଡିଆରଡିଏ ଛକ ଠାରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଯାନବାହନ ଚଳାଚଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କଟକଣା ରହିବ । ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସଟ୍ଡାଉନ୍ ଓ ଲକ୍ଡାଉନ୍ ସ୍ଥିତି ତଦାରଖ ନିମନ୍ତେ ବିଭିନ୍ନ ସମୟରେ ପଇଁତରା ଜାରି ରହିଛି । ଅନ୍ୟପକ୍ଷରେ ସହରରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବିଜ୍ଞାପତି ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ସାହିର ଗଳିଗନ୍ଦିରେ ମାଇକ୍ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ମଧ୍ୟ ସହରରେ ଚାଲୁରହିଛି ।
ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥ ଗୁଡିକୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସହରର ଦେବୀ ସପ୍ଲାଇର୍ସର ଇ.ରାଜ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ଛକ, ପୁଲୁସ ଲାଇନ୍ ଛକ, ଗ୍ରୀଡା ଛକ, ଅପରବସଷ୍ଟାଣ୍ଡ, ହାଇସ୍କୁଲ ରୋଡ୍, ନାଇଡୁ ବଙ୍ଗଳା, ଭଗ୍ୟଲନଗର, ବ୍ୟାଙ୍କ କଲୋନୀ, ଲୋୟର ବସଷ୍ଟାଣ୍ଡ, ରେଡ୍ଡୀସାହି ଛକ, ପଶୁଡାକ୍ତରଖାନା ଛକ, ଏକ୍ରାମନଗର, ଦେବୀନଗର ଛକ, ରିକାପଲ୍ଲୀ ଗେଟ୍ବନ୍ଦ ଛକ, ଶାନ୍ତିନଗର, ଷ୍ଟେସନରୋଡ୍, ବାଳକୃଷ୍ଣପୁର, ବାରାକ୍ସାହି ଆଦି ସହରର ସମସ୍ତ ପ୍ରବେଶ ପଥକୁ ବାଡ ବେଢେଇ ସିଲ୍ କରାଯାଇଛି । ସୋମବାର ଦିନ ଛତ୍ରପୁର ସହରରେ ଖୋଲିବାକୁ ଥିବା ବ୍ୟବସାୟୀ ମାନଙ୍କ ନିମନ୍ତେ ମଧ୍ୟ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମ ରେ ସଚେତନ କରାଯାଈଛି । ଦୋକାନ ସମ୍ମୁଖରେ ବାରିକେଟ୍ ବାନ୍ଧିବା, ସାମାଜିକ ଦୂରତା ରଖିବା ସହ ଠିକଣା ଡାଏରୀ ରଖିବା ଉପରେ ନିମନ୍ତେ କୁହାଯାଇଛି । ଏହାକୁ ଯେଉଁ ମାନେ ଅବମାନନା କଲେ ସେମାନଙ୍କ ବିରୁଦ୍ଧ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି ।