ଛତ୍ରପୁର 18/1: ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ପରିସର ରେ ଥିବା ଋଷିକୂଲ୍ୟା ସଭାଗୃହରେ ଦୁଇ ଦିନିଆ ଉପଖଣ୍ଡ ସ୍ତରୀୟ ରାଜସ୍ବ କର୍ମଶାଳା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲପାଳ (ସାଧାରଣ ) କବିନ୍ଦ୍ର କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ରାଜସ୍ବ ଅଧିକାରୀ ବିଜୟାନନ୍ଦ ସେଠି , ଛତ୍ରପୁର ତହସିଲଦାର ଛତ୍ରପୁର ନୀଳମାଧଵ ଭୋଇ, ଉପଖଣ୍ଡର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ, ତହସିଲ କର୍ମଚାରୀ ମାନଙ୍କ ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ସେକସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ବରିଷ୍ଟ ରାଜସ୍ବ ସହାୟକ ଅଖିଳ ସାବତ ଉପସ୍ଥିତ ରହିଥିଲେ l
ସମସ୍ତ ରାଜସ୍ବ ନିୟମାବଳୀ ତଥା ସାମ୍ପ୍ରତିକ ନୂତନ ଭାବେ ପ୍ରଚଳିତ ଆଇନ ଗୁଡ଼ିକର ସମ୍ପୂର୍ଣ ଅବଗତ କରାଇବା ନିମନ୍ତେ ଏହା ଏକ ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ l କର୍ମଚାରୀମାନେ ସମସ୍ତ ରାଜସ୍ବ କାର୍ଯ୍ୟଗୁଡ଼ିକୁ କିପରି କାର୍ଯକାରୀ କରିବା ସହ ଏହାର ସୁବିଧା ଧାର୍ଯ୍ୟ ସମୟସୀମା ମଧ୍ୟରେ ହିତାଧିକାରୀଙ୍କ ପାଖରେ ପହଂଚାଇପାରିବେ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ନିୟମ ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସରଳ ଓ ପ୍ରାଞ୍ଜଳ ଭାବେ ଏହାକୁ ସମସ୍ତ କର୍ମଚାରୀଙ୍କ ଅବଗତ ନିମନ୍ତେ ଉପସ୍ଥାପନ କରିଥିଲେ l ରାଜସ୍ବ କର୍ମଚାରୀମନେ ଜନସାଧାରଣ ତଥା ହିତାଧିକାରୀଙ୍କ ନିକଟତର ହୋଇ ସରକାର ପ୍ରଦତ୍ତ ସମସ୍ତ ସୁବିଧା ଗୁଡ଼ିକୁ ସହଜରେ ପ୍ରଦାନ କରିବା ସହ ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଜନସାଧାରଣ ଯେପରି ଉପକୃତ ହୋଇରିବେ ସେଥିପ୍ରତି ନିହାତି ଦୃଷ୍ଟି ଦେବାପାଇଁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଶେଷରେ କହିଥିଲେ l ସେହିପରି ବ୍ରହ୍ମପୁର ଏବଂ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ରାଜସ୍ବ କର୍ମଶାଳା ଅନୁଷ୍ଠିତ ହୋଇ ରାଜସ୍ବ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ସ୍ଥିର କରାଯାଇଅଛି l