Odisha news

ବିବାହର ସପ୍ତାଏ ବିତିନି, ହାତରୁ ମେହେନ୍ଦି ଲିଭିନାହିଁ : ବିବାହିତ ମହିଳାଙ୍କ ସନେ୍ଦହ ଜନକ ମୃତୁ୍ୟ

0

ଛତ୍ରପୁର ୧୫/୧୨: ବିବାହର ସପ୍ତାଏ ବିତିନି, ହାତରୁ ମେହେନ୍ଦି ଲିଭିନାହିଁ । ଗତକାଲି ବିବାହର ଶାଗମାଛ ଭୋଜି ଉଭୟ ବରକନ୍ୟା ପରିବାର ଉପସ୍ଥିତ ରହି ବେଶ୍ ଖୁସିରେ କଟିଥିଲା । ତା’ପରଦିନ ତଥା ଆଜି ନବ ବିବାହିତା ମହିଳାଙ୍କ ସନେ୍ଦହ ଜନକ ମୃତୁ୍ୟ ନେଇ ସମସ୍ତଙ୍କୁ ସ୍ଥଗିତ କରିଦେଇଛି । ଏହି ଘଟଣାକୁ ମଧ୍ୟ ଉଭୟ ବର ଓ କନ୍ୟାଙ୍କ ଗ୍ରାମବାସୀ ବିଶ୍ୱାସ କରି ପାରୁନାହାନ୍ତି । ପ୍ରାୟ ସପ୍ତାହ ଧରି ଉଭୟ ପରିବାରଙ୍କ ପାଇଁ ଖୁସିର ଉତ୍ସବ ରହିଥିବା ବେଳେ ଆଜି ଏତେବଡ ବିପଦର ସମ୍ମୁଖୀନ କରିବାକୁ ପଡିବ ବୋଲି କଦାପି ଚିନ୍ତା କରିନଥିଲେ । ଏଭଳି ଘଟଣା ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମର ଗ୍ରାମରେ ଘଟିଥିଲା ।

ହୁମର ଗ୍ରାମର ସ୍ୱର୍ଗତ କପିଳ ପ୍ରସାଦ ପଲାଇଙ୍କ ପୁତ୍ର ପ୍ରବୀଣ (ଟିକିଲି) ଙ୍କ ସହ ରାଜପୁର ଗ୍ରାମର ସ୍ୱର୍ଗତ ଅଜୟ ନାହାକଙ୍କ କନ୍ୟା ବର୍ଷା ସହିତ ଗତ ୮ତାରିଖରେ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । ଆଜି ବର୍ଷା ତାଙ୍କରି ସ୍ୱାମୀ ଘରର ଉପର ମହଲାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ଶ୍ୱଶ୍ୱୁର ଘର ଲୋକେ କହିଛନ୍ତି । ମାତ୍ର ମାଅ ଘର ଲୋକେ ବର୍ଷାଙ୍କୁ ହତ୍ୟା କାରଯାଇଛି ବୋଲି ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନବ ବିବାହିତା ମହିଳାଙ୍କ ମୃତୁ୍ୟ ନେଇ କୌଣସି ସ୍ପଷ୍ଟ ଜଣାପଡିନାହିଁ । ଅନ୍ୟପକ୍ଷରେ ମୃତ ମହିଳାଙ୍କ ମା’ ପ୍ରତିମା ଓ ଭାଇ କାଳୁ ଚରଣ ନାହାକ ଛତ୍ରପୁର ଥାନାରେ ଯୌତୁକ ଜନିତ କାରଣ ନେଇ ବର୍ଷାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଛତ୍ରପୁର ଥାନା ପୁଲିସ ପକ୍ଷରୁ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି । ଛତ୍ରପୁର ଥାନାର ସବଇନିସପେକ୍ଟର ସତ୍ୟଜିତ୍ ବେଣିଆ ଘଟଣାର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲ ପଠାଇଥିବା ଜଣାପଡିଛି ।

Leave A Reply