Odisha news

କୋଭିଡ ସପ୍ତାହ ପାଳନ ଅବସରରେ ଲୋକଙ୍କୁ ସଚେତନତା କରାଇଲେ ଅତିରିକ୍ତ ଜିଲ୍ଲାପାଳ

0

ଛତ୍ରପୁର  :  ଜିଲ୍ଲାରେ ଚାଲିଥିବା କୋଭÿିଡ ସପ୍ତାହ ର ଗୁରୁବାର ଶେଷ ଦିନ ଅବସରରେ ଛତ୍ରପୁର ଏନଏସି ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ଯୋଗ ଦେଇ ଏହି ରାଲିକୁ ଉଦଘାଟନ କରିବା ସହ ସହର ପରିକ୍ରମା କରି ଲୋକଙ୍କୁ ସଚେତନତା କରିଥିଲେ । ଏହି ସଚେତନତା ରାଲି ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ଛତ୍ରପୁର ସହର ପରିକ୍ରମା କରିଥିଲା ।

ଏଥିରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ , ଛତ୍ରପୁର ଏନଏସିର ଏସ୍ ଦାଲେୟା,ଜୋସ୍ନାମୟୀ ଜେନା,ସମିଲତା ପ୍ରଧାନ,କବିତାରାଣୀ ଦାଶ,ମନୋରଞ୍ଜନ ପାଣିଗ୍ରାହୀ,ଗୌରହରି ପଣ୍ଡା,ଯୁଗଳ କିଶୋର ଦାସ,କୃଷ୍ଣ ପ୍ରସାଦ ମହାପାତ୍ର , ଗୈାରହରି ପଣ୍ଡା ଙ୍କ ସମେତ ଶିକ୍ଷକ/ ଶିକ୍ଷୟତ୍ରୀ ,ସ୍ୱଚ୍ଛ ସାଥୀ , କୋଭିଡ ମନିଟର ମାନେ ସାମିଲ ହୋଇ ଲୋକଙ୍କୁ କୋଭିଡ ସଂପର୍କରେ ଅବଗତ କରିଥିଲେ ।

Leave A Reply