Odisha news

ଗଂଜାମ ଆରଟିଓ ବସ ମାଲିକଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ବସ୍ ମାଲିକ ସଂଘର ଆନ୍ଦୋଳନ

0

ଛତ୍ରପୁର,୪/୯ : ଗଂଜାମ ଜିଲ୍ଲା ବସ ମାଲିକ ସଂଘ ପକ୍ଷରୁ ଗଂଜାମ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ତୁରନ୍ତ କୋଭିଡ୍‌ରେ ନିୟୋଜିତ ଥିବା ବସ୍ ଗୁଡିକର ବକେୟା ଥିବା ଟଙ୍କାକୁ ପ୍ରଦାନ କରିବା ଲାଗି ଦାବି କରିବା ସହ ଜିଲ୍ଲା ପରିବହନ ଅଧିକାରୀ ବସ୍ ମାଲିକଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ନେଇ ଦୃଢ ପ୍ରତିବାଦ କରିଛନ୍ତି । କୋଭିଡ୍‌-୧୯ ସମୟରେ ବସ ମାଲିକମାନେ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଥିବା ବେଳେ ଗତକାଲି କିଛି ବସ ମାଲିକ ପ୍ରବାସୀମାନଙ୍କୁ ବାହାର ରାଜ୍ୟକୁ ଯିବା ଲାଗି ସ୍ୱତନ୍ତ୍ର ପରମିଟ୍ ଦେବା ପାଇଁ ଅନୁମତି ଓ ପୂର୍ବରୁ ଥିବା ବକେୟା ଟଙ୍କା ବାବଦରେ ଆରଟିଓଙ୍କ ସହ ଆଲୋଚନା ବେଳେ ଆରଟିଓ ର୍ଦୁବ୍ୟବହାର କରିଥିବା ନେଇ ସେ ସଂଘର ଅଭିଯୋଗ କରିଥିଲେ । ଆଜି ସମସ୍ତ ମାଲିକ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଦାବି ଉପସ୍ଥାପନା କରିଥିଲେ ।

କୋଭିଡ୍‌-୧୯ ବେଳେ ପ୍ରବାସୀମାନଙ୍କୁ ପହଞ୍ଚାଇବା ଲାଗି ନିୟୋଜିତ ହୋଇଥିବା ବସ୍ ଗୁଡିକର ବକେୟା ଟଙ୍କା ପ୍ରଦାନ କରାଯାଇ ନଥିବା ନେଇ ଆଲୋଚନା ହୋଇଥିଲା । ତେବେ ଆଜିର ଆଲୋଚନା ବେଳେ ଆରଟିଓ ଓ ବସ୍ ମାଲିକ ସଂଘ ମଧ୍ୟ ଆପୋଷ ବୁଝାମୁଣା ହୋଇଥିଲା । ବକେୟା ଟଙ୍କା ତୁରନ୍ତ ପ୍ରଦାନ କରାଯିବ ବୋଲି ବସ୍ ମାଲିକଙ୍କୁ ପ୍ରତିଶ୍ରୁତି ଦେବା ପରେ ବସ୍ ମାଲିମାନେ ଆନ୍ଦୋଳନରୁ ଓହରିଥିଲେ । ଏହି ଆନ୍ଦୋଳନରେ ଗଞ୍ଜାମ ଘରୋଇ ବସ୍ ମାଲିକ ସଂଘର ସଂପାଦକ ସନ୍ତୋଷ କୁମାର ପତି, ସୁବାସ ଚନ୍ଦ୍ର ପଟ୍ଟନାୟକ, ଭଞ୍ଜନଗର ଘରୋଇ ବସ୍ ମାଲିକ ସଂଘ ସଂପାଦକ ବେଣୁଗୋପାଳ, ଆସିକା ଘରୋଇ ବସ୍ ମାଲିକ ସଂଘର ସଭାପତି ସୂର୍ଯ୍ୟକାନ୍ତ ପରିଡା ସମେତ ବହୁ ବସ୍ ମାଲିକ ସଂଘର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply