Odisha news

ମାଆ ଓ ପୁଅ କୁ ଗଭୀର କୂପ ରୁ ଉଦ୍ଧାର କରିଲେ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ

0

ଛତ୍ରପୁର 30/8: ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଂଚାୟତ ର  କୁମରବେଗପଲ୍ଲୀ ଗ୍ରାମର ଏକ 75 ବର୍ଷର ବୁଢ଼ୀ ମା” ଏବଂ ତାଙ୍କରି 52 ବର୍ଷର ପୁତ୍ରକୁ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆଜି 40ଫୁଟ ଗଭୀର ଗୋଟିଏ କୂପରୁ ଉଦ୍ଧାର କରିଛନ୍ତି l ସୂଚନାଯୋଗ୍ୟ ଯେ, କୁମାରବେଗପଲ୍ଲୀ ଗ୍ରାମର ଅନ୍ନପୂର୍ଣ୍ଣl ଗୌଡ଼ ନିଜ ବାରିପଟେ ଥିବା କୂପ ଉପରେ ବସିଥିଲେ କୌଣସି କାରଣରୁ ତାଙ୍କରି ମୁଣ୍ଡ ବୁଲାଇବାରୁ କୂଅ ଭିତରେ ପଡିଯାଇଥିଲେ l

ବୁଢ଼ୀ ମା”କୁ ଉଦ୍ଧାର କରିବାକୁ ପୁଅ ତିରୁପତି କୂଅ ଭିତରକୁ ଡେଇଁ ପଡ଼ିଥିଲେ l ଗଭୀର କୂଅ ଭିତରେ ବୁଢ଼ୀ ମା”କୁ ବୁଡିବା ପୂର୍ବରୁ ପୁଅ ବଞ୍ଚାଇ ଥିବାବେଳେ ମାଆକୁ କୂଅ ଭିତରୁ  ବାହାରୁ ଆଣିବା ସମ୍ଭବ ହୋଇ ପାରୁନଥିଲା l ଏତିକି ବେଳେ ସୂଚନା ପାଇ ଗ୍ରାମରେ ଛତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର ପାଇଁ ପହଂଚିଥିଲେ l

ଦୀର୍ଘ 30 ରୁ 35 ମିନିଟ ଧରି କର୍ମଚାରୀମାନେ ସଂଘର୍ଷ କରି ପ୍ରଥମେ ବୁଢ଼ୀ ମା” ଏବଂ ପୁଅକୁ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ l ଛତ୍ରପୁର ଅଗ୍ନିଶମ  ବାହିନୀର ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନିର୍ଦେଶ କ୍ରମେ ଲିଡ଼ିଙ୍ଗ ଫାୟାର ମ୍ୟାନ ଅଭିରାମ ନାୟକଙ୍କ ନେତୃତ୍ୱରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ କାହ୍ନୁ ଶ୍ରୀଚନ୍ଦନ ପରିଡା, ରାକେଶ ମାନସିଂ, ତପନ ବେହେରା, ଜଗନ୍ନାଥ ଦାସ, କିଶୋର ମାଝୀ ପ୍ରମୁଖ କର୍ମଚାରୀ ସାମିଲ ହୋଇଥିଲେ l ଅଗ୍ନିଶମ ବିଭାଗ ର ଏପରି କାର୍ଯ୍ୟ ସବୁ ମହଲରେ ପ୍ରଂଶସା କରାଯାଇଛି l

Leave A Reply