କେନ୍ଦ୍ରାପଡା : କେନ୍ଦ୍ରାପଡା ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ବ୍ରହ୍ମ ତାଳଧ୍ୱଜ ରଥଗଢା କାମ ଆରମ୍ଭ ହୋଇ ଥିଲେ ମଧ୍ୟ ସଟ ଡାଉନ ପାଇଁ ଦୁଇ ଦିନ ହେଲା ଏହି କାର୍ଯ୍ୟ ବନ୍ଦ ଥିବାରୁ ନିଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଶ୍ରୀ ବଳଦେବଜୀୟୁଙ୍କ ରଥ ନିର୍ମାଣ କାର୍ଯ୍ୟ କେତେକ ପୁରୁଣା ଓ କିଛି ନୂଆ ସାମଗ୍ରୀରେ ନିର୍ମିତ ହୋଇ ଥାଏ । ଚଳିତ ବର୍ଷ ୨ଟି ଚକ ପୂର୍ବରୁ ତିଆରି ହୋଇ ସ୍ନାନ ପୂର୍ଣ୍ଣିମା ଦିନ ଅନ୍ୟ ପୁରୁଣା ଚକ ସହ ଅଖ ଲାଗୁ କରାଯାଇଥିଲା ।
ମାତ୍ର ଶୁକ୍ରବାର ଏହି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଶନିବାର ଓ ରବିବାର ସଟ ଡାଉନ ଥିବାରୁ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଅପର ପକ୍ଷରେ ରଥ ପାଇଁ ଆବଶ୍ୟକ ଥିବା ୪୦ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ୫ଟି ଦେବଦାରୁ ଗଛ ମିଳୁ ନଥିବାରୁ କାମରେ ବିଳମ୍ବ ଘଟୁ ଥିବାର ଶ୍ରୀ ବଳଦେବଜୀୟୁ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟ ଏଭଳି ବନ୍ଦ ରହିଲେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି । ସୂଚନା ଯୋଗ୍ୟ ଯେ, ଆବଶ୍ୟକ ଥିବା ଏହି ମାପର ଦେବଦାରୁ ଗଛ ସ୍ଥାନୀୟ ଅଂଚଳରେ ଥିବାର କୈାଣସି ବ୍ୟକ୍ତି ସୂଚନା ଦେଲେ ରଥ ଗଢା କାମରେ ଲାଗି ପାରନ୍ତା ।