Odisha news

ଚଳଚଞ୍ଚଳ ହେବାରେ ଲାଗିଛି ଲାଗିଛି ରଥଖଳା : ତ୍ୱରାନ୍ୱିତ ହେଉଛି ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ଲାଗି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ

0

ପୁରୀ :ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା ।ତ୍ୱରାନ୍ୱିତ ହେଉଛି ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ଲାଗି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ । ବିଶ୍ୱକର୍ମା ମହାରଣା, କରତି, ରୂପକାର ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ପୁରାଦମରେ ଲାଗି ପଡିଛନ୍ତି ।

ବିଶ୍ୱକର୍ମା ମହାରଣାମାନେ ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ରୂପକାର ସେବକମାନେ ଗୁଜଗୁଡିକରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ୨୫ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।

୩ରଥର ୬ଟି ଚକର ପଇ ବିନ୍ଧ ସରି ଅର ସହିତ ପହି ସଂଯୋଗ କରାଯାଇ କଳସା କରାଯାଇଛି । ଏଥିସହିତ ଗୁଜ, ଜଳଯନ୍ତ୍ର ଓ କୁଡୁକା ତିଆରି କାର୍ଯ୍ୟ ଚାଲିଛି  । ରଥଖଳାରେ ରଥନିର୍ମାଣ ଲାଗି କାଠ କାମ ଚାଲିଥିବା ବେଳେ ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ମହାରଣା ସେବକମାନେ କଣ୍ଟା ଓ ଅନ୍ୟାନ୍ୟ ଲୌହ ସରଞ୍ଜାମ ପ୍ରସ୍ତୁତିରେ ଲାଗିଛନ୍ତି  ।

Leave A Reply