ପୁରୀ :ଖୋର୍ଦ୍ଧାର ଅଗ୍ରଣୀ ଅନୁଷ୍ଠାନ ବିଶ୍ୱକର୍ମା ମହାସଭା ପକ୍ଷରୁ ସହରର ବିଭିନ୍ନ ସାହି, ବସ୍ତି, ପେଣ୍ଠକଟା ଅଞ୍ଚଳ ଓ ବଳିଆପଣ୍ଡା ବସ୍ତିରେ ଆଜି ମାସ୍କ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି ଅବସରରେ ମହାସଭାର ସଦସ୍ୟମାନେ ଲୋକମାନଙ୍କୁ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନ କରାଇଥିଲେ ।
ଏଥିସହିତ କରୋନା ଭୂତାଣୁ ସଂକ୍ରମଣ କାର୍ଯ୍ୟରେ ନିୟୋଜିତ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ପୁଲିସ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଉଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୌତମ ମହାରଣା, ସମ୍ପାଦକ ହାଡିବନ୍ଧୁ ମହରଣା, ବିରଞ୍ଚି ନାରାୟଣ ମହାରଣା, ରାମହରି ମହାରଣା, କାମଦେବ ମହାରଣା, ଦାଶରଥି ମହାରଣା ପ୍ରମୁଖ ସାମିଲଥିଲେ ।