Odisha news

କୋଣାର୍କ : ଚନ୍ଦ୍ରଭାଗା ବତୀଘରେ ଉପଲବ୍ଧ ହେଲା ଲିଫ୍ଟ ବ୍ୟବସ୍ଥା

0

କୋଣାର୍କ : ଚନ୍ଦ୍ରଭାଗାରେ ନିର୍ମିତ ହୋଇଥିବା ବତୀଘର ପରିସରରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ଲିଫ୍‌ଟ ବ୍ୟବସ୍ଥା କରାଯାଇଛି । ଏହି ବତୀଘରର ଶୀର୍ଷକୁ ଯାଇ ପ୍ରାକୃତିକ ପରିବେଶର ଶୋଭା ଉପଭୋଗ କରିବା ଲାଗି ପାହାଚରେ ଯିବା ଆସିବା କରିବାକୁ ପଡ଼ୁଥିଲା ।ଫଳରେ ପର୍ଯ୍ୟଟକ ମାନଙ୍କ ସହ ବୃଦ୍ଧା , ବୃଦ୍ଧ ଛୋଟପିଲାମାନେ ଉପରକୁ ଯିବାପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏବେ ଲିଫ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଏହି ସମସ୍ୟା ସମାଧାନ ହେବା ସହିତ ଅଧିକରୁ ଅଧିକ ପର୍ଯ୍ୟଟକଙ୍କର  ବତୀଘରକୁ ଆଗମନ ହେବ ବୋଲି ବତୀଘରର ପରିଚାଳକ ପ୍ରକାଶ କରିଛନ୍ତି ।ଚନ୍ଦ୍ରଭାଗା ବତୀଘର ପରିଦର୍ଶନ ପାଇଁ ଟିକେଟର ମୂଲ୍ୟ ୧୦ଟଙ୍କା ଧାର୍ଯ୍ୟ କରାଯାଇଛି  ।

ବତୀଘର ପରିସରରେ ଲିଫ୍ଟ ବ୍ୟବସ୍ଥା ଉଦଘାଟିତ ହୋଇଥିଲେ ମଧ୍ୟ ମହାମାରୀ କରୋନା ପାଇଁ ଅଦ୍ୟାବଧି ପର୍ଯ୍ୟଟକ ମାନେ ଏହାକୁ ବ୍ୟବହାର କରିନାହାଁନ୍ତି ।କରୋନା କଟକଣା ହଟିବା ପରେ ବତୀଘର ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବା ପରେ ଏହି ଲିଫ୍ଟ କୁ  ପର୍ଯ୍ୟଟକ ମାନେ ବ୍ୟବହାର କରିପାରିବେ ।ବତୀଘରର ମୋଟ ୧୨୦ ଫୁଟ ଉଚ୍ଚତା ମଧ୍ୟରୁ ପର୍ଯ୍ୟଟକ ମାନେ ଗ୍ରାଉଣ୍ଡରୁ ୧୦୦ ଫୁଟ ପର୍ଯ୍ୟନ୍ତ ଲିଫ୍ଟରେ ଯିବା ଆସିବା କରିପାରିବେ ।ଅନ୍ୟ ୨୦ ଫୁଟ ଉଚ୍ଚତାକୁ ପାହାଚରେ ଯିବା ପାଇଁ ପଡ଼ିବ ବୋଲି ଜଣାପଡିଛି ।

Leave A Reply