Odisha news

ବାମନ ଗ୍ରହରେ ଅମାପ ସମ୍ପଦ

0

ଆମେରିକୀୟ ସ୍ପେସ୍‍ ଏଜେନ୍ସି ନାସା ୧୬ ନଂ. ବାମନ ଗ୍ରହ “ସାଇକ୍‍’କୁ ସ୍ପେସ୍‍ ରୋବଟ ପଠାଇବାର ଯୋଜନା କରୁଛି । ଏହି ଏଷ୍ଟରଏଡ୍‍ର ମୂଲ୍ୟ ସମଗ୍ର ପୃଥିବୀର ଆୟଠୁ ବି ଅଧିକ ବୋଲି କୁହାଯାଉଛି । ସାଇକ୍‍କୁ ୨୦୨୨ ଅଗଷ୍ଟରେ ସେହି ସାଇକ୍‍ ନାମରେ ଏକ ଯାନ
ଯୋଗେ ରୋବଟକୁ ପଠାଯାଇପାରେ । ଏହାର ଡିଜାଇନ୍‍ ସରିଛି । ସାଇକ୍‍ରେ ପହଞ୍ଚିବା ପରେ ଏହି ସ୍ପେସ୍‍ ରୋବଟ ଲୁହା, ନିକେଲ ଓ ସୁନା ସନ୍ଧାନ କରିବ । ଏଷ୍ଟରଏଡରେ ଥିବା
ଧାତୁର ମୂଲ୍ୟ ପୂରା ଦୁନିଆର ଆୟର ଅନେକ ଗୁଣ ଅଧିକ ହୋଇପାରେ । ଏୟାରକ୍ରାଫଫ ସାଇକ୍‍କୁ ଏଲନ୍‍ ମସ୍କଙ୍କ କମ୍ପାନୀ ସ୍ପେସ୍‍ଏକ˜ର ଫାଲକନ୍‍ ହେଭି ରକେଟ୍‍ ସାହାଯ୍ୟରେ ଲଞ୍ଚ୍‍ କରାଯିବ । ଏହା ୨୦୨୩ରେ ମଙ୍ଗଳକୁ ପ୍ରଦକ୍ଷିଣ କରି ୨୦୨୬ରେ ଉକ୍ତ ବାମନ ଗ୍ରହ ଚାରିପଟେ ବୁଲିବା ଆରମ୍ଭ କରିବ । ବାମନ ଗ୍ରହ ପୃଷ୍ଠଦେଶରେ ପହଞ୍ଚିବା ପରେ ତାହାର ଚୁମ୍ବକୀୟ କ୍ଷେତ୍ରକୁ ଆକଳନ କରିବା ସହ ଫଟୋ ନେବ ଓ ନୁ୍ୟଟ୍ରନ୍ସ ଗାମା ରଶ୍ମିର ବିଶ୍ଳେଷଣ କରିବ ।

Leave A Reply