ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଶକୁନ୍ତଳାପୁର ଗ୍ରାମରେ ଶାଶୁର କ୍ରମାଗତ ନିର୍ଯାତନା ସହିନପାରି ଜ୍ୱାଇଁ ଆତ୍ମହତ୍ୟା କରିବା ଓ ଆତ୍ମହତ୍ୟା ପୂର୍ବରୁ ନିଜ ଶାଶୁକୁ ଦାୟୀ କରି ଜ୍ୱାଇଁର ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ସପ୍ତାହେ ତଳେ ଏହି ଘଟଣା ଘଟିଥିଲେ ମଧ୍ୟ ଲୋକଲୋଚନକୁ ଆସିପାରି ନଥିଲା। ତେବେ କେତେକ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବାପରେ ମୃତକର ମା’ କୁଟୁରୀ ରଣାଙ୍କ ଏତଲାକୁ ଭିତିକରି ବଡଚଣା ଥାନା ପୋଲିସ ୩୧୧/୨୧ରେ ଏକ ମାମଲା ଦାୟର କରିବା ସହ ବୁଧବାର ଦିନ ଅଭିଯୁକ୍ତ ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏତଲାରେ ଦର୍ଶାଯାଇଥିବା ତଥ୍ୟ ଅନୁଯାଇ ଶକୁନ୍ତଳାପୁର ଗ୍ରାମର କୁଟୁରୀଙ୍କ ପୁଅ ସୁବର୍ଣ୍ଣେନେଶ୍ୱର ରଣା ୨୦୧୯ ମସିହାରେ ପଡୋଶୀ ଗ୍ରାମ ନୁଆଁଗାର ନିଜ ଭଉଣୀ ଘରକୁ ଯାଇଥିଲା ବେଳେ ସେଦିନ ରାତାରେ ଭଉଣୀ ଘରପାଖ ଚିତ୍ତରଞ୍ଜନ ରାଉତଙ୍କ ଝିଅ ପୁଜାର ଦେହଖରାପ ହେବାରୁ ତାଙ୍କ ଅନୁରୋଧକ୍ରମେ ତାକୁ ଛତିଆର ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ମାନବିକତା ଦୃଷ୍ଟିରୁ ସୁବର୍ଣ୍ଣେଶ୍ୱର ଏହିକାମ କରିଥିଲେ ମଧ୍ୟ ତାହା ତାଙ୍କ ପାଇଁ କାଳ ହୋଇଥିଲା।ଏହି ଘଟଣାର ପରଦିନ ପୁଜାର ମା’ ମିତାଲୀ ରାଉତ ସ୍ଥାନୀୟ ବୈରୀ ଥାନାରେ ଡାକ୍ତରଖାନା ନେବାବେଳେ ତାଙ୍କ ଝିଅକୁ ସୁବର୍ଣ୍ଣେଶ୍ୱର ଅଶୌଜନ୍ୟ ବ୍ୟବହାର କରିଥିବାନେଇ ଏକ ଏତଲା ଦେଇଥିଲେ। ଯାହାକୁନେଇ ବୈରୀ ଥାନା ପୋଲିସ ସୁବର୍ଣ୍ଣେଶ୍ୱରକୁ ଗିରଫକରୀ କୋର୍ଟ ଚାଲାଣ କରିଥିଲେ। ବିନାକାରଣରେ ସୁବର୍ଣ୍ଣେଶ୍ୱର ଦୀର୍ଘ ବର୍ଷେରୁ ଅଧିକ ସମୟ ଜେଲରେ ରହିବାପରେ ପୁଜାର ମା’ ମିତାଲୀ ସୁବର୍ଣ୍ଣେଶ୍ୱରକୁ ଜେଲରେ ଭେଟି ତାଙ୍କ ଝିଅକୁ ବାହାହେବାକୁ ରାଜିହେଲେ ସେ କେଶ ଉଠାଇନେବେ ଓ ତାକୁ ଜେଲରୁ ମୁକୁଳାଇନେବେ ବୋଲି ପ୍ରସ୍ତାବ ଦେଇଥିଲେ। ବାଧ୍ୟହୋଇ ସୁବର୍ଣ୍ଣେଶ୍ୱର ଏଥିରେ ରାଜି ହେବାପରେ ତାଙ୍କୁ ଜାମିନ ମିଳିଥିଲା ।
ଜେଲରୁ ଆସିବାପରେ ସୁବର୍ଣ୍ଣେଶ୍ୱର ଗତ ଜାନୁଆରୀ ମାସରେ ପୁଜାକୁ ବିବାହ କରିଥିଲେ । ହେଲେ ପୁଜାର ମା’ କେଶ ନ ଉଠାଇ ସୁବର୍ଣ୍ଣେଶ୍ୱରକୁ ଧମକଚମକ ଦେବାସହ ବ୍ଳାକମେଲିଗ କରି ଠକିଚାଲିଥିଲେ । ଯେତେବେଳେ ସୁବର୍ଣ୍ଣେଶ୍ୱର କେଶ ଉଠାଇବା କଥା କହୁଥିଲେ ମିତାଲୀ ତାକୁ ଶାରୀରିକ ଓ ମାନଶୀକ ନିର୍ଯାତନା ଦେଇ ଚାଲିଥିଲେ । ଯାହାକୁନେଇ ସୁବର୍ଣ୍ଣେଶ୍ୱର ମାନଶୀକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଶିଦ୍ଧାନ୍ତ ନେଇ ଗତ ୧୦ ତାରିଖ ଦିନ ବିଷପିଇ ଆତ୍ମହତ୍ୟା କରିଥିଲେ। ହେଲେ ଆତ୍ମହତ୍ୟାର ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୯ ତାରିଖରେ ସୁବର୍ଣ୍ଣେଶ୍ୱର ନିଜେ ଏକ ଭିଡିଓ ପ୍ରସ୍ତୁତକରି ଶାଶୁ ମିତାଲୀଙ୍କ କ୍ରମାଗତ ନିର୍ଯାତନା ସହିନପାରି ଶେଷରେ ସେ ବାଧ୍ୟହୋଇ ଆତ୍ମହତ୍ୟା କରୁଛନ୍ତି ବୋଲି କହିବା ସହ ନିର୍ଯାତନାର ସମ୍ଫୁନ୍ନ ବିବରଣୀ ଏହି ଭିଡିଓରେ ଦର୍ଶାଇଥିଲେ।
ତେବେ ସୁବର୍ଣ୍ଣେଶ୍ୱରର ମୃତ୍ୟୁ ନେଇ ତାଙ୍କ ପରିବାରକୁ ମିତାଲୀ ସମ୍ଫୁନ୍ନ ଅନ୍ଧାରରେ ରଖିବା ସହ ଏଥିନେଇ ଅଧିକ ନ ଆଗେବାକୁ ଧମକ ଦେଇଥିଲେ। ପୁଅ ଆତ୍ମହତ୍ୟା କରିଥିବା ଭାବି ପରିବାର ଗତ ୭ ଦିନ ହେବ ଦୁଃଖରେ ଚୁପ ରହିଥିଲା ବେଳେ ଗତ ୧୬ ତାରିଖରେ ସୁବର୍ଣ୍ଣେଶ୍ୱରର ଆତ୍ମହତ୍ୟା ପୂର୍ବର ଭିଡିଓଟି ହଠାତ ସାମାଜିକ ଗଣମାଧ୍ୟମରେ ପ୍ରସାର ହୋଇଥିଲା । ଯାହା ଏହି ମୃତ୍ୟୁ ରହସ୍ୟକୁ ପ୍ରଘଟ କରିଥିଲା। ଏହାପରେ ସୁବର୍ଣ୍ଣେଶ୍ୱରର ମା’ ଟୁନୀ ଳଣା ଅଗଷ୍ଟ ୧୭ ତାରିଖରେ ଥାନାରେ ଏତଲା ଦାୟର କରିଥିଲେ। ଏତଲା ପାଇବା ପରେ ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ସଙ୍ଗେ ସଙ୍ଗେ ଘଟଣର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶାଶୁ ମିତାଲୀକୁ ଗିଳଫ କରିଥିଲେ। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଜାମିନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠିଇ ଦିଆଯାଇଥିବା ଜଣା ପଡିଛି।ଏହି ଘଟଣା ଏଠାରେ ଚର୍ଚାର ବିଷୟ ହୋଇଛି।
Comments are closed.