ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ର ଅନ୍ତର୍ଗତ ମଧୁପୁରଗଡ ଠାରେ ଥିବା ପୁରାତନ ଛଅ ଶର୍ଯ୍ୟା ବିଶିଷ୍ଟ ସ୍ୱାସ୍ତ୍ୟ କେନ୍ଦ୍ର ଏବେ ଭୁତ କୋଠୀରେ ପରିଣତ ହେବା କୁ ଯାଉଛି । ଭିତିଭୂମି ଥାଇ ମଧ୍ୟ ଏଠାରେ ଦୀର୍ଘ ଦିନ ହେବା ଡାକ୍ତର ,କମ୍ପାଉଣ୍ଡର ଙ୍କ ସହ ଅନ୍ୟ ସ୍ୱାସ୍ତ୍ୟ କର୍ମସାରୀମାନେ ନଥିବାରୁ ଏଠାରେ ସ୍ୱାସ୍ତ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ଆଠଟି ପଞ୍ଚାୟତର ୭୦ ହଜାର ଊର୍ଦ୍ଦ ଲୋକ ସ୍ୱାସ୍ତ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ମଧୁପୁର ରାଜତ୍ୱର ସମୟର ତତକାଳୀନ ମଧୁପୁର ଇଷ୍ଟିଟେଟ ର ରାଜା ନାରାୟଣ ଚନ୍ଦ୍ର ଦୀର ନରେନେ୍ଦ୍ର ତାଙ୍କ ଝିଅ ବଜେଶ୍ୱରୀ ଦେବୀ ଙ୍କ ସ୍ମୃତି ଉଦେଶ୍ୟରେ ପ୍ରଜାମାନଙ୍କ ହିତ ସାଧନ ପାଇଁ ଏକ ଭତି ଭୂମି ଦେଇ ସେଠାରେ ଘର ନିର୍ମାଣ କରି ବଜେଶ୍ୱରୀ ଦେବୀ ଚାରି ଟେବୁଲ ହସ୍ପିଟାଲ ନିର୍ମାଣ କରିଥିଲେ ।
ପ୍ରଜାମାନଙ୍କ ରୋଗୀ ସେବା ପାଇଁ ପ୍ରଥମେ ହୋମିଅପାଥିକ କରାଯାଇଥିଲା । ସ୍ୱଧୀନତା ପରେ ରାଜ୍ୟ ସରକାର ଉକ୍ତ ଡିସ୍ପେନସରୀ କୁ ସରକାରୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ମାନ୍ୟତା ଦେଇ ସରକାର ଏଲୋପାଥିକ ସ୍ୱାସ୍ତ୍ୟ କେନ୍ଦ୍ର କରିଥିଲେ । ଏହି ସରକାରୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଡାକ୍ତର ,ଫାର୍ମାଷିଷ୍ଟି, ନର୍ସ,ଡ୍ରେସର ,କୁକର୍, ଆଟାନାଣ୍ଡ ,ସୁଇପର, ଉଆଚର,ପ୍ରଭୃତି ଦିବା ରାତ୍ରି କାର୍ଯ୍ୟରତ ହୋଇ ରୋଗୀମାନଙ୍କ ସେବା ଯୋଗାଉ ଥିଲେ । ଉକ୍ତ ଅଞ୍ଚଳରେ ସରକାରୀ ଡାକ୍ତରଖାନା କେଉଁଠି ନଥିଲା । ଶତାଧିକ ଗ୍ରାମ ଓ ବାହାର ଅଞ୍ଚଳରୁ ରୋଗୀମାନେ ଆସି ଏହି ଗଡମଧୁପୁର ଗ୍ରାମରେ ଚିକିସ୍ôିତ ହୋଉଥିଲେ । ବେଶ ଲୋକମାନଙ୍କର ଉକ୍ତ ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଯଥେଷ୍ଟ ଭରଷା ଥିଲା । ବିଗତ ଦଶ ବର୍ଷ ହେବ ଏହି ସ୍ୱାସ୍ତ୍ୟ କେନ୍ଦ୍ର ଅବସ୍ଥା ଅତି ସଂକଟା ପନ୍ନ ବିପର୍ଯ୍ୟାୟ ଅବସ୍ଥା ଧାରଣ କରିଛି । ଉକ୍ତ ସ୍ୱାସ୍ତ୍ୟ କେନ୍ଦ୍ର ରେ ଡାକ୍ତର ଫାରାର୍ମାଷ୍ଟି ପଦବୀ ଖାଲି ପଡିଛି ।
କାହାକୁ ନିଯୁକ୍ତି ଦିଆଯାଇନାହିଁ । ସ୍ୱାସ୍ତ୍ୟ ବିଭାଗ ଅଧିକାରୀ ଓ ଯାଜପୁର ସି.ଡି.ଏମ.ଓ ଜାଣିଶୁଣି ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ବୈମାତୃକ ମନୋଭାବ ପୋଷଣ କରି ଉକ୍ତ ଡାକ୍ତରଖାନା ପ୍ରତି ଘୋର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ସରକାରୀ ଅର୍ଥରେ ବିଲ୍ଡିଙ୍ଗି ହୋଇ ଭାଙ୍ଗୁଥିବା କେତେଦୂର ଯର୍ଥାଥ କେହି ନ ରହିବା ଫଳରେ ଉକ୍ତ କ୍ୱାଟର ର କବାଟ ଝରକା ଚୋରି ହେବା ସହ ଗୋରୁ ଗୁହାଳରେ ପରିଣତ ହୋଇଛି । ଡାକ୍ତରଖାନା ଘର ରିପ୍ୟାରିଙ୍ଗି ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡପ କାରାଯାଉଛି ହେଲେ ଏହା କାମରେ ଲାଗୁନାହିଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଧାର ହେଉନାହିଁ । ତେଣୁ ଏହି ସ୍ୱାସ୍ତ୍ୟ କେନ୍ଦ୍ର ରେ ଡାକ୍ତର ନ ଥିବାରୁ ରୋଗୀମାନେ ସ୍ୱାସ୍ତ୍ୟ କେନ୍ଦ୍ର ପ୍ରତି ଆଶା ହରାଉଛନ୍ତି । ଏଠାରେ ସମସ୍ତ ପୂର୍ବ କର୍ମଚାରୀଙ୍କୁ ନିଯୁକ୍ତି କରିବା ସହ ଡାକ୍ତର ନାରେ ରହି ରୋଗୀସେବା କରିବା ପାଇଁ ଜନସାଧାରଣରୁ ଦାବି ହେଉଛି ।