ଚଣ୍ଡିଖୋଲ/ଛତିଆ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ନିକଟ ନେଳିଆ ପଞ୍ଚାୟତ ନେଳିଆ ଗ୍ରାମର ସରକାରୀ ଖଳାରେ ରଖାଯାଇଥିବା ଧାନ ଓ ନଡାଗଦାରେ କେହି ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ନିଆଁ ଲଗାଇ ଦେବାରୁ ଚାଷୀ ମାନଙ୍କର ଲକ୍ଷାଧିକ ଟଙ୍କା ମୂଲ୍ୟର ଧାନ ଓ ନଡା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି! ଚଣ୍ଡିଖୋଲ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ସବୁ ପୋଡି ନଷ୍ଟ ହୋଇଯାଇଥିଲା! ସ୍ଥାନୀୟ ଅଞ୍ଚଳର ୨୦ରୁ ଉର୍ଦ୍ଧ୍ବ ଚାଷୀ ଏହି ଖଳାରେ ଧାନ ସହିତ ନଡ଼ା ଓ ପାଳ ଗଦା କରିଥିଲେ! ଆଉ ଦିନେ ଦୁଇଦିନ ପରେ ସେମାନେ ବେଙ୍ଗେଳାକରି ଧାନ ଅମଳ କରିଥାନ୍ତେ! ହେଲେ ରବିବାର ରାତିରେ କେହି ଦୁର୍ବୃତ୍ତ ଖଳାରେ ଗଛିତ ଥିବା ଧାନ ଓ ନଡା ଗଦାରେ ନିଆଁ ଲଗାଇ ଦେଇଥିବାରୁ ସବୁ ପୋଡି ଛାରଖାର ହୋଇଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି! ସୂଚନା ଯୋଗ୍ଯ ଉକ୍ତ ଅଞ୍ଚଳର କୃଷକ ମାନଙ୍କର ୩୦ ଏକର ଜମିରେ ହୋଇଥିବା ଧାନ ଫଷଲ ଉଠିଆ ହେବାପରେ ଅମଳ ପାଇଁ ଚାଷୀମାନେ ଏହି ଖଳାରେ ଧାନଗଦା କରିଥାନ୍ତି! ଧାନ ଅମଳକରି ସାରିବା ପରେ ଗୋରୁ ଗାଈ ମାନଙ୍କ ଖାଦ୍ୟ ପାଇଁ ନଡ଼ା କୁଟା ଘରକୁକୁ ନେଇଥାନ୍ତି।! ଚଳିତ ବର୍ଷ ଚାଷୀ ସନ୍ତୋଷ ବେହେରା,ଟିକିଲି ବେହେରା,ଭଗିଆ ବେହେରା ,ଶିବ ମଲିକ, ହୃଷୀକେଶ ମାଲିକ,ପ୍ରଶାନ୍ତ ବେହେରା,ନଙ୍ଗୁଳୀ ବେହେରା,ପର୍ଶୁରାମ ସ୍ୱାଇଁ ଅକ୍ଷୟ ସାମଲ,ବିରଞ୍ଚି ଦଲେଇ ପ୍ରମୁଖ ଏଠାରେ ସେମାନଙ୍କର ଧାନ।ଓ ନଡାଗଦା କରିଥିଲେ! ହେଲେ ଏହି ଅଗ୍ନିକାଣ୍ଡ ଯୋଗୁଁ ଚାଷୀମାନଙ୍କର ଧାନ ଓ ବର୍ଷଯାକର ଗୋରୁଗାଇଙ୍କ ଖାଦ୍ୟ ନଡାକୁଟା ସମ୍ପୂର୍ଣ୍ଣ ଜଳିଯାଇଛି!କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୁରଣ ଦେବା ପାଇଁ ସାଧାରଣରେ ଦାବି ହୋଇଛି!