Odisha news

ନିମ୍ନମାନର ନିର୍ମାଣ କାର୍ଯ୍ୟ : ଭୁସୁଡ଼ିଲା ହରିଦାସପୁର-ପାରାଦ୍ୱୀପ ରେଳପଥ

0

ଚଣ୍ଡିଖୋଲ :- ପୂର୍ବତଟ ରେଳବାଇର ସଦ୍ୟ ନିର୍ମାଣ ଶେଷ ହୋଇଥିବା ଦରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଲଳିତଗିରିି ଷ୍ଟେସନ ନିକଟରେ ରେଳ ଟ୍ରାକର ପ୍ରାୟ ୧୨୦ ଫୁଟ୍ ରାସ୍ତା ଓ ପଥର ପ୍ୟାକିଂ ଧସି ଯାଇଛି ଫଳରେ ଏହା ରେଳ ଚଳାଚଳ ପାଇଁ ଘୋର ବିପଦ ସୃଷ୍ଟି କରିଛି । ନୂତନ କରି ୩ଟି ଜିଲ୍ଲା ଅତିକ୍ରମ କରିଥିବା ହରିଦାସପୁର-ପରାଦ୍ୱୀପ ରେପଥ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯାଇଛି । ଔପଚାରିକତା ଭାବେ ଏହାର ଉଦଘାଟନ ହୋଇନଥିଲେ ମଧ୍ୟ ପୂର୍ବତଟ ରେଳବାଇ ପକ୍ଷରୁ ଏହି ପଥରେ ଟ୍ରେନ ଚାଲିବା ଆରମ୍ଭ କରିଛି ।

ପ୍ରଥମେ ପରୀକ୍ଷାମୂଳକ ଭାବେ ଟ୍ରେନ ଚାଲିଲା ପରେ ଏବେ ମାଲବାହୀ ଟ୍ରେନ ଲଗାତାର ଯାତାୟତ କରୁଛି । ଆଶ୍ଚର୍ଯ୍ୟର କଥା ପ୍ରଥମ ଫାଟକ ବିହୀନ ରେଳପଥ ଭାବେ ପରିଚିତ ଏହି ରେଳପଥର କେତେକ ସ୍ଥାନରୁ ଲଗାଣ ବର୍ଷା ଯୋଗୁ ମାଟି ଅତଡ଼ା ଓ ପଥରପ୍ୟାକିଂ ଧସିଯାଇଛି । ଯାହା ଏହି ରେଳପଥ ପାଇଁ ବିପଦ ସୃଷ୍ଟି କରିଛି । ହରିଦାସପୁର ଠାରୁ ୨୪ କିଲୋମିଟର ଦୁର ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ଗ୍ରାମରେ ଅବସ୍ଥିତ ଲଳିତଗିରି ଷ୍ଟେସନ ନିକଟରେ ଏଭଳି ଅଘଟଣ ଦେକôବାକୁ ମିଳିଛି । ୧୨୦ ଫୁଟ ଲମ୍ବର ପଥରପ୍ୟାକିଂ ଧସିବା ସହ ୨୦୦ ମିଟର ଲମ୍ବର ମାଟି ଅତଡ଼ା ଧସିବା ଆରମ୍ଭ କରିଛି ।

ଯେଉଁଥିପାଇଁ ଲଳିତଗିରି ଷ୍ଟେସନ ବିପଦରେ ପହଞ୍ଚିଛି । ଏଠାରେ ନିର୍ମାଣ ହେବାକୁ ଥିବା ରେଲୱେ ଓଭରବ୍ରିଜ (ପାଦଚଲା) ରାସ୍ତାର ମୂଳଦୁଆ ମଧ୍ୟ ଭୁଷୁଡ଼ି ପଡ଼ିଛି । ରେଳ ବିକାଶ ନିଗମ ଲିମିଟେଡ଼(ଆର.ଭି.ଏନ.ଏଲ) ତରଫରୁ ଏହି ରେଳପଥ ନିର୍ମାଣ କରିବାକୁ ହରିଦାସପୁର ଠାରୁ କେନ୍ଦ୍ରାପଡ଼ା ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ ୪୨ କିଲୋମିଟର କାର୍ଯ୍ୟ ଟିଟିଆଇପିଏଲ ନାମକ ଠିକା ସଂସ୍ଥା କରିଥିଲା । ତେବେ ଏହି ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବ ସତ୍ୱେ ଗତ ୨୦୧୯ ମସିହା ଜୁନ ମାସରେ ଟିଟିଆଇପିଏଲ ଠିକା ସଂସ୍ଥା ଆରଭିଏନଏଲକୁ ହସ୍ତାନ୍ତର କରିଥିଲା । ତେବେ ରେଳପଥ କାର୍ଯ୍ୟ ସରିବା ପରେ ରେଳ ଚଳାଚଳ ଆରମ୍ଭ ହେବା କ୍ଷଣି ପ୍ରଥମେ ମାର୍ଶାଘାଇ ନିକଟରେ ଏହା ଧସିଥିବା ବେଳେ ଗତ ୨ ଦିନ ତଳେ ଲଳିତଗିରି ଷ୍ଟେସନ ନିକଟରେ ପଥରପ୍ୟାକିଂ ଧସିବା ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଛି । ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୂର୍ବତଟ ରେଳବାଇ ନିକଟରେ ଦାବୀ ହୋଇଛି ।

Leave A Reply