ଚଣ୍ଡିଖୋଲ : ବଡଚଣା ବରିଷ୍ଠ ନାଗରିକ ମଂଚର ଦୁଇଜଣ ସଭ୍ୟଙ୍କର ପରଲୋକ ଘଟିଛି । ବଡଚଣା ବ୍ଲକ ଅନ୍ତର୍ଗତ ପାଇକରାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ରାଉତ ଓ ଖଇରା ପଂଚାୟତ ନୂଆଶାସନ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମ·ରୀ ପ୍ରାଣକୃଷ୍ଣ ଷଡଙ୍ଗୀଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ମଂଚର ଉପସଭାପତି ପ୍ରମୋଦ କୁମାର ସାମଲଙ୍କ ସଭାପତିତ୍ୱରେ ଶୋକସଭା ଆଜି ବେଦୀହୁଡା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅନ୍ୟତମ ଉପସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ନାୟକ,ସଂପାଦକ ଅଜିତ ପ୍ରସାଦ ମିଶ୍ର,କାର୍ଯ୍ୟକାରୀ ସଭ୍ୟ ଶିକ୍ଷାବିତ ପରମାନନ୍ଦ ସ୍ୱାଇଁ,ନଳିନୀକାନ୍ତ ମିଶ୍ର,ଅଜୟ ମିଶ୍ର,ମାୟାଧର ଖଣ୍ଡାଇ,ବିଭୂପ୍ରସାଦ ମିଶ୍ର,ମାଧବାନନ୍ଦ ପଣ୍ଡା,ବଟକୃଷ୍ଣ ସାମଲ,ଫଗୁଚରଣ ବରାଳ,ନରୋତମ ବରାଳ,ଗୋଲଖ ସାମଲ,ଶରତ କର,ଅଦୈତ୍ୟ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସଭ୍ୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି·ରଣ କରିଥିଲେ । ମଂଚର ସଭାପତି ମନୋରଂଜନ ମିଶ୍ର ଓ ସାଧାରଣ ସଂପାଦକ ଦେବେନ୍ଦ୍ର ନାଥ ଦାଶ ଏବଂ କୋଷାଧ୍ୟକ୍ଷ ନିର୍ମଳ ଚନ୍ଦ୍ର ସାମଲଙ୍କ ସମେତ ମଂଚର ବହୁ ବରିଷ୍ଠ ସଭ୍ୟ ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।