ଫୁଲବାଣୀ (ସନ୍ତୋଷ ମିଶ୍ର ) : ଅବିଭକ୍ତ ବୌଦ୍ଧ-କନ୍ଧମାଳ ଜିଲ୍ଲାରେ ରହିଥିବା ବୌଦ୍ଧ ସମବାୟ କେନ୍ଦ୍ର୍ର ବ୍ୟାଙ୍କ ଲିମିଟେଡର ଶାଖାଗୁଡିକ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ଲୋକଙ୍କୁ ଦିର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି । ୧୯୫୫ ମସିହାରେ ସ୍ଥାପିତ ହୋଇଥିବା ଏହି ବ୍ୟାଙ୍କର ଉଭୟ ଜିଲ୍ଲାରେ ପ୍ରାୟ ୧୧ଟି ଶାଖା ରହିଛି । ଉଭୟ ଜିଲ୍ଲାରେ ଥିବା ବ୍ୟାଙ୍କ ଏବଂ ମୁଖ୍ୟାଳୟରେ ମୋଟ ୧୫୬ ଜଣ କର୍ମଚାରୀଙ୍କ ପାଇଁ ପଦବୀ ରହିଥିବାବେଳେ ବର୍ତମାନ ମୁଖ୍ୟ କାର୍ଯ୍ୟାଳୟ ଏବଂ ୧୧ଟି ଶାଖାରେ ରହିଛନ୍ତି ମାତ୍ର ୫୯ ଜଣ କର୍ମଚାରୀ ସେଥିରୁ ଚପରାଶି ରହିଛନ୍ତି ୧୭ ଜଣ । ଏଥିରେ ଏହି ସବୁ ଶାଖାରେ ଥିବା କର୍ମଚାରୀ ମାନେ ସେମାନଙ୍କର ଯଥା ସାଧ୍ୟ କାର୍ଯ୍ୟ କରି ଦୁଇ ଜିଲ୍ଲରେ ଥିବା ସମସ୍ତ ଶାଖାରେ ପ୍ରାୟ ୧ଲକ୍ଷ ୪୨ ହଜାର ଚାଷିଙ୍କୁ କିଶାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହାସହିତ ବ୍ୟାଙ୍କର ଥିବା ସାଧାରଣ ଗ୍ରାହକମାନଙ୍କୁ ମଧ୍ୟ ଉନ୍ନତ ମାନର ସେବା ଯୋଗାଇ ଆସୁଛନ୍ତି ।
ତେଣୁ ଶାଖା ମାନଙ୍କର କ୍ରେଡିଟ୍ ଡିପୋଜିଟ ରେସିଓ ଉଭୟ ଜିଲ୍ଲାରେ ଥିବା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କ ତୁଳନାରେ ଉନ୍ନତ ବୋଲି ପ୍ରତିପାଦିତ ହୋଇଛି । ଯାହାର ଲାଭ ଏହି ଚାଷି ଓ ଗ୍ରାହକ ମାନେ ନେବା ସହିତ ସେମାନଙ୍କର ଆର୍ଥିକ ଉନ୍ନତି କରି ଏହି ଶାଖା ଗୁଡିକର ଉନ୍ନୟନରେ ମଧ୍ୟ ସହାୟକ ହେଉଛନ୍ତି । ସ୍ଥାପିତ ହେବା ଦିନଠାରୁ ବ୍ୟାଙ୍କ, କମ୍ କର୍ମଚାରୀରେ ମଧ୍ୟ ଲୋକଙ୍କୁ ନିରନ୍ତର ଭାବରେ ସେବା ଯୋଗାଇ ଆସୁଛି । ଶାଖା ଗୁଡିକରେ ଦିର୍ଘ ଦିନର ଉଥାନପତନ ଦେଇ ୬୫ ବର୍ଷର ଯାତ୍ରା ଭିତରେ ଏହି ବ୍ୟାଙ୍କ ଶାଖାଗୁଡିକୁ କ୍ଷତି ମଧ୍ୟ ସହିବାକୁ ପଡିଛି ପ୍ରାୟ ୨୦୦୪ ମସିହା ପର୍ଯ୍ୟନ୍ତ ।
ପୁଣି ଧିରେଧିରେ ତାପରଠାରୁ ବ୍ୟାଙ୍କ ସମୁହ ଗୁଡିକର ଲାଭ ହେବା ଆରମ୍ଭଭ କରି ୨୦୧୦ ମସିହାରେ ପୁର୍ବରୁ ହୋଇଥିବା ସମସ୍ତ ଆର୍ଥିକ କ୍ଷତିର ଭରଣା କରିଛି । ତା ପରଠାରୁ ବ୍ୟାଙ୍କ ଶାଖା ଗୁଡିକ ସମବାୟ ବ୍ୟାଙ୍କର ଲାଭ କରିବାରେ ଲାଗିଛି ଏବଂ ସରକାରଙ୍କୁ ଭଲ ଅଙ୍କର ଟିକସ ମଧ୍ୟ ଦେଉଛି । ବର୍ତମାନ ସମସ୍ତ ଶାଖାରେ କର୍ମଚାରୀ କମ ଥିବା ସହିତ କାର୍ଯ୍ୟଭାର ମଧ୍ୟ ବୃଦ୍ଧି ପାଇଛି । ସେଥିପାଇଁ ବ୍ୟାଙ୍କ କର୍ତୃପକ୍ଷ ଶାଖା ଗୁଡିକରେ ସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ବଦଳରେ ବ୍ୟାଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଘରୋଇ ସେବାପ୍ରଦାନକାରୀ ସଂସ୍ଥାମାନଙ୍କ ଜରିଆରେ କର୍ମଚାରୀ ନିଯୁକ୍ତି କରି ଶାଖାଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ପଦକ୍ଷେପ ମଧ୍ୟ ନେଇଛନ୍ତି । ହେଲେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଗୁଡିକର ଉନ୍ନତିରେ ବାଧକ ହେଉଛନ୍ତି କିଛି ଅବସରପ୍ରାପ୍ତ କର୍ମଚାରୀ କେବଳ ସେତିକି ନୁହେଁ ବିଭିନ୍ନ ଶାଖାରେ କରାଯାଉଥିବା ଉନ୍ନୟନ କାର୍ଯ୍ୟରେ ମଧ୍ୟ ସେମାନେ ବାଧକ ସାଜୁଥିବା ଜଣାପଡିଛି । ସୁଚନା ଯୋଗ୍ୟ ସେହି କର୍ମଚାରୀ ମାନଙ୍କର କାର୍ଯ୍ୟକାଳ ଭିତରେ ସେମାନଙ୍କର ନାମରେ ସମବାୟ ସମିତିର ଲକ୍ଷଲକ୍ଷ ଟଙ୍କାର ତୋଷାରପାତ କରିଥିବାର ଅଡିଡ୍ ରିକଭରୀ ନିଦେ୍ର୍ଧଶନାମା ରହିଛି । ।
ଅବସର ପରେ ସେମାନେ ଅନୁଷ୍ଠାନରୁ ପାଇବାକୁ ଥିବା ପ୍ରାପ୍ୟଠାରୁ ସେମାନଙ୍କଠାରୁ ଆଦାୟ ହେବାକୁ ନିଦେ୍ର୍ଧଶ ଥିବା ଟଙ୍କାର ପରିମାଣ ଅଧିକ ଅଟେ ସେଥିପାଇଁ ସେମାନଙ୍କର ଅବସରପରେ କର୍ତୃପକ୍ଷଙ୍କ ଦ୍ୱାରା ସେମାନଙ୍କର ଅବସର କାଳୀନ ପ୍ରାପ୍ୟ ସ୍ଥଗିତ ରଖାଯାଇଛି । ତେବେ ଗରିବ ଚାଷିମାନଙ୍କୁ ସେମାନେ ଚାଷପାଇଁ ନେଇଥିବା ଋଣକୁ ପରିଶୋଧ କରିବାକୁ ବ୍ୟାଙ୍କ କର୍ମଚାରୀ ଙ୍କ ସମେତ ଉଚ୍ଚ କର୍ତୃପକ୍ଷ ଚାପ ସୃଷ୍ଟି କରି ସେମାନଙ୍କଠାରୁ ସେମାନଙ୍କର ଋଣ ଆଦାୟ କରୁଥିବାବେଳେ ବ୍ୟାଙ୍କ କର୍ମଚାରୀ ମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ସହ ସେମାନେ ସେହି ଟଙ୍କା ପରିଷୋଧ ନକରି ଅବସର ନେବାପରେ ମଧ୍ୟ ବ୍ୟାଙ୍କର ଉନ୍ନତିରେ ବାଧକ ସାଜୁଛନ୍ତି । ବ୍ୟାଙ୍କର ଉଚ୍ଚ କର୍ତୃପକ୍ଷ ସେଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଚାଷି ଏବଂ ଗ୍ରାହକଙ୍କ ଭିତରେ ଚାପା ଆକୋ୍ରଶ ଥିବା ପରିଲକ୍ଷୀତ ହେଉଛି ।
ଏହାସହିତ ଏହି ଅସାଧୁ ପୁର୍ବତନ କର୍ମଚାରୀ ମାନେ ଅନୁଷ୍ଠାନରେ ବେନାମି ପିଟିସନ ମାଧ୍ୟମରେ ଏବଂ ରାଜ୍ୟ ସ୍ତରୀୟ ଉଚ୍ଚ ଅଧିକାରୀ ମାନଙ୍କୁ ବିଭ୍ରାନ୍ତ କରି ଏପରିକି ରାଜନୈତିକ ଚାପର ପ୍ରୟୋଗ କରି ନାନା ପ୍ରକାରର ବିଭ୍ରାନ୍ତିକର ପରିବେଶ ସୃଷ୍ଟି କରୁଛନ୍ତି । ଏହାର ପରିଣାମ ସ୍ୱରୁପ ଶାଖା ଗୁଡିକରେ ଥିବା କମ ସଂଖ୍ୟକ କର୍ମଚାରୀ ଏବଂ ବ୍ୟାଙ୍କ ପ୍ରଶାସନ ସେମାନଙ୍କର ମୁଖ୍ୟ କାର୍ଯ୍ୟରୁ ବିଚୁ୍ୟତ ହେଉଛନ୍ତି । ଗ୍ରାହକ ମାନଙ୍କୁ ସେବା ପ୍ରଦାନ କରିବା ପରିବର୍ତେ ସେମାନଙ୍କ କାମରୁ ସେମାନଙ୍କର ଧ୍ୟାନ ହଟାଇବାକୁ ବାଧ୍ୟ ହେଉଛନ୍ତି । ସେଥିପାଇଁ ଅନୁଷ୍ଠାନର ଉଚ୍ଚ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ବିଭାଗୀୟ ଉଚ୍ଚାଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ସହିତ ବିହୀତ ପଦକ୍ଷପେ ନେବାର ନିତାନ୍ତ ଆବଶ୍ୟକ ବୋଲି ଶାଖାଗୁଡିକରେ ଥିବା ଗ୍ରାହକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ନଚେତ୍ ଶେଷରେ ବ୍ୟାଙ୍କର ଉନ୍ନତିରେ ବାଧା ଉପୁଜିବାର ସମ୍ଭବନା ରହିଥିବା ମଧ୍ୟ ଗ୍ରାହକ ମାନେ ସେମାନଙ୍କର ପରିଚୟ ଗୋପନ ରଖିବାକୁ କହି ମତ ଦେଇଛନ୍ତି ।