ଚଣ୍ଡିଖୋ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ସାଇ ମନ୍ଦିର ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ଲାଇନରୁ ଲୁହା ସାମଗ୍ରୀ ଚୋରୀବେଳେ ପୋଲିସ ଉପସ୍ଥିତ ବୁଦ୍ଧି।ଖଟାଇ ଜଣେ ଚୋରକୁ ଗିରଫ କରିଥିବା ଜଣାପଡ଼ିଛି! ଏହିଘଟଣାରେ ସପୃକ୍ତ ଅନ୍ୟଜଣେ ଚୋର ଫେରାର ହୋଇଯାଇଥିବା ଜଣାପଡିଛି! ଏହି ବିଦ୍ୟୁତ ଲାଇନର ଖୁଣ୍ଟରେ ଚଢି ଶନିବାର ରାତିରେ କେତେକ ଚୋର ଲୁହା ସାମଗ୍ରୀ ଚୋରୀ କରୁଥିବା ଖବରପାଇ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ଚଢ଼ାଉ ପାଇଁ ଧାନମଣ୍ଡଳ ଫାଣ୍ଡି ଓ ରାତ୍ର ପେଷ୍ଟୋଲିଙ୍ଗରେ ନିୟୋଜିତ ପୋଲିସ ବାହୀନିକୁ ନିର୍ଦ୍ଦେଶ ଦେଇଥିଲେ! ଫଳରେ ଉଭୟ ପୋଲିସ ବିହୀନି ଘଠଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ଖୁଣ୍ଟରେ ଚଢି ଲୁହା ଚୋରି କରୁଥିବା ଜଣକୁ ଗିଳଫ କରିଥିଲା ! ଗିଳଫ ଅଭିଯୁକ୍ତର ନାମ ସେକ ସାକିର ଉଦ୍ଦିନ (୨୨ ବର୍ଷ) ତା ଘର ଧାନମଣ୍ଡଳ ଦେବତା ସାହିରେ ବୋଲି ଜଣାପଡିଛି! ତେବେ ବିଦ୍ୟୁତ ଖୁଣ୍ଟ ତଳେରହି ଥିବା ଅନ୍ୟଜଣେ ଚୋର ପୋଲିସକୁ ଦେଖି ଘଟଣା ସ୍ଥଳରୁ ଦୌଡି ପଳାଇ ଥିବା ଜଣା ପଡିଛି! ଗିରଫ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯାଇଥିଲା ବେଳେ ତାର ଯାମିନ ଆବେଦନ ଖାରଜକରି ବିଚାରପତି ତାକୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣା ପଡିଛି! ପୋଲିସ ଅଭିଯୁକ୍ତ ସେକ ସାକିର ଠାରୁ ଚୋରି ଲୁହା ସାମଗ୍ରୀ ଜବତ କରିଛି! ଶ୍ରୀ ପାତ୍ର ନୂତନ ଥାନା ଅଧିକାରୀ ଭାବେ ଯୋଗଦେବା ପରେ ପୋଲିସର ରାତ୍ରି ପେଷ୍ଟୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିଥିବାରୁ ଏବେ ଚୋରା ମଦ ଓ ଚୋରୀ ଉପରେ ରୋକ ଲାଗିଛି! ପୋଲିସ ପକ୍ଷରୁ ଏପରି ରାତ୍ରି ପେଷ୍ଟୋଲିଙ୍ଗକୁ ଆହୁରି କଡାକଡି କରାଯିବା ପାଇଁ ସାଧାରଣରେ ଦାବି ହୋଇଛି