ଚଣ୍ଡିଖୋଲ : ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଗୁରୁତ୍ୱ ବୋହୁତ ଥାଏ!ସାଧାରଣ ଜନତା ଏହାକୁ ଦେବାଳୟ ସହିତ ତୁଳନା କରିଥାନ୍ତି!ରୋଗରେ ପଡିଲେ ଲୋକେ ମନ୍ଦିରରେ ଯାଇ ଭଗବାନଙ୍କୁ ପାର୍ଥନା କରୁଥିବା ବେଳେ ଡାକ୍ତରଖାନା ଯାଇ ଚିକିତ୍ସା ଗ୍ରହଣ ନେଇଥାନ୍ତି!ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଚେତନ ନାଗରିକ ମଞ୍ଚ ପକ୍ଷରୁ କବାଟବନ୍ଧ ଡାକ୍ତରଖାନା ପରିସରରେ ସବୁଜ ସ୍ୱଛ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା! ଡାକ୍ତର ନିହାରରଞ୍ଜନ କରଙ୍କ ପରାମର୍ଶରେ ମଞ୍ଚର ସଦସ୍ୟ ଓ ଯୁବକମାନେ ମହାତ୍ମାଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱଚ୍ଛ ଅଭିଯାନ ଆରମ୍ଭ କରିବା ସହ ଡାକ୍ତରଖାନା ପରିସରେ ରହିଥିବା ଆବର୍ଜନା ଓ ବଣବୁଦାକୁ ସଫା କରିବାସହ ସାରା ରାଜ୍ୟରେ ଯୁବବନ୍ଧୁମାନେ ନିଜ ନିଜର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଏପରି ଆହ୍ୱାନ ଦେଇଥିଲେ! ଏଥିରେ ଜଗଦୀଶ ବାରିକଙ୍କ ସହ ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ପଙ୍କଜ କୁମାର ମଲ୍ଲ, ଆବାହକ ସରୋଜ ବେହେରା, ସୌମ୍ୟ ରଞ୍ଜନ ପଣ୍ଡା, ତପନ କୁମାର, ଯଶୋବନ୍ତ ସାହୁ, ସୌମ୍ୟ ସାହୁ,ବାପୁ ଦଳାଇ,କାହୁଁ ଦଳାଇ ବାସୁଦେବ ଦଳାଇ, ସୋମନାଥ ଦଳାଇ, ଜିତୁ ଦଳାଇ , ହିଷ୍ଟୋରିକାଲ ପ୍ଲେସ ବଳରାମ ପୁର ସ୍ମୃତି ରଞ୍ଜନ ଧୀର ଶୁବ୍ରଜିତ୍ ଧୀର,ସୃତିରଞନ ଧୀର,ରୁଦ୍ରପ୍ରତାପ ଧୀର,ଶୃତିରଞନ ମହାନ୍ତି,ବିନ୍ମୟ କୁମାର ଧୀର, ମିଥୁନ ଧୀର ପ୍ରମୁଖ ସହଯୋଗ କରିଥିଲେ!